om academy

କୁଡୁତୁଲି ପଞ୍ଚାୟତରେ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଳକ କୁଡୁତୁଲି ପଞ୍ଚାୟତ ସରପଞ୍ଚ ଚନ୍ଦ୍ର ମଲିକଙ୍କ ନୈତୃତ୍ବରେ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ କୁଡୁତୁଲି ପଞ୍ଚାୟତର ସମସ୍ତ ମହିଳା ଏସଏଚ୍‌ଜି ସଦସ୍ୟ ମାନେ ଉପସ୍ଥିତ ରହି ଏକ ରାଲି ମାଧ୍ୟମରେ ସମସ୍ତ ୱାର୍ଡ ବୁଲି ମଦ ବିକ୍ରୟ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ କୁଡୁତୁଲି ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତରେ ଗଠନ କରିବାରେ ସହଯୋଗ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏଥିରେ ଗାଁ ମୁଖିଆ ଚାଙ୍ଗୁଆ ପାତ୍ର, ସରପଞ୍ଚ ଶ୍ରୀଚନ୍ଦ୍ର ମଲିକ, ୱାର୍ଡ ସଭ୍ୟ ଗିଦି ଦିଗାଲ ଗ୍ରାମବାସୀ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.