ସମ୍ପୂର୍ଣ୍ଣ ମଦ ନିଷେଧ ପ୍ରତିଶୃତି ବାଘେଲ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି : ବଡ ଆନ୍ଦୋଳନ ପାଇଁ ପ୍ରସ୍ତୁତି

ରାୟପୁର : ଛତିଶଗଡର ଭୂପେଶ ସରକାର ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ମଧ୍ୟ ମଦ ସମ୍ପୂର୍ଣ୍ଣ ନିଷେଧ କରିପାରି ନାହାଁନ୍ତି । ମଦ ନିଷେଧର ପ୍ରତିଶ୍ରୁତି ପୂରଣ ନକରିବାରୁ ବର୍ତ୍ତମାନ କଂଗ୍ରେସ ସରକାର ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି । ମଦ ନିଷେଧ ପ୍ରସଙ୍ଗରେ ବିଜେପି ବର୍ତ୍ତମାନ ଏକ ବଡ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି । ୨୦୧୮ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଛତିଶଗଡରେ ମଦ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲା । କିନ୍ତୁ କ୍ଷମତାକୁ ଆସିବା ପରେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଛତିଶଗଡ଼ରେ ନିଶା ନିବାରଣ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଦଳ ବେଦରାମ ମନହରେଙ୍କୁ ଦାୟିତ୍ୱରେ ରଖିଛି ।

Leave A Reply

Your email address will not be published.