୧୧୦ ଲିଟର ଦେଶୀ ମଦ ଜବତ ସହ ୪ ଜଣ ବେପାରୀ ଗରିଫ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରୁ ୧୧୦ ଲିଟର ମଦ ଜବତ କରି ୪ ଜଣ ମଦ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ଭଣ୍ଡାରୀପୋଖରୀ ଥାନା ଅଞ୍ଚଳରେ ଚଢାଉ କରିଥିବା ବେଳେ ୧୧୦ ଲିଟର ମଦ ଜବତ କରି ୪ ଜଣ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.