oom

ଆମ ସଂକଳ୍ପ, ନିଶା ନୁହେଁ, ଅଭିଯାନରେ ବେଆଇନ ମଦ ଓ ଗଞ୍ଜେଇ ଜବତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଆଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଛତ୍ରପୁର ରେଞ୍ଜ ଅବକାରୀ ନିରୀକ୍ଷକ ବାଳକ ବିଶି ଏବଂ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଓ.ଆଇ.ସି. ତେଜସ୍ୱିନୀ ପ୍ରଧାନ ଓ ତାଙ୍କର କର୍ମଚାରୀଙ୍କ ମିଳିତ ଚଢାଉରେ ଗତକାଲି ଅର୍ଥାତ ତା. ୧୮.୦୬.୨୦୨୫ ରିଖ ସକାଳେ ଖଲ୍ଲିକୋଟର ଏସ୍.ଏଚ.-୩୦ ରାସ୍ତାରେ ଓ କଞ୍ଚଣା ଛକରେ ପୃଥକ ପୃଥକ ଭାବେ ଦୁଇଗୋଟି ସ୍ଥାନରେ ଗଞ୍ଜେଇ କେସ ଅଭିଯୋଗରେ ଧରପଗଡ ହୋଇଥିବା କୁହାଯାଇଛି । ଏହି ମାମଲା ଉପରେ ସର୍ବମୋଟ ୧୪ କି.ଗ୍ରା. ଗଞ୍ଜେଇ ସହ ଏକ ସ୍କୁଟି ଜବତ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ କେଶରେ ସମ୍ପୃକ୍ତ ବେଗୁନିଆପଡାର ନାରାୟଣ ସାହୁ ଓ କୋଦଳାର ମୁଣା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏତଦ ବ୍ୟତୀତ ଉକ୍ତ ଚଢାଉରେ ଅଙ୍କିତା ମାହାକୁଡ, ଛତ୍ରପୁର ଅବକାରୀ ଉପ-ନିରୀକ୍ଷକ, ଏସ.ପର୍ଶୁରାମ ରେଡ୍ଡୀ, ଅବକାରୀ ସିପାହୀ, ଅନନ୍ତ କହଁର, ଅବକାରୀ ସିପାହୀ, ଅଞ୍ଜନ ଦାସ, ଅବକାରୀ ସିପାହୀ, ତୁଟୁ ସାମଲ, ଅବକାରୀ ସିପାହୀ, ମନୋଜ କୁମାର ଲେଙ୍କା , ଅବକାରୀ ସିପାହୀ, ହରିହର ଦାସ, ଅବକାରୀ ସିପାହୀ ସାମିଲ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ’ ବର୍ତ୍ତମାନ ଓଡିଶା ସରକାରଙ୍କ ଅବକାରୀ ବିଭାଗର ଆମ ସଂକଳ୍ପ, ନିଶା ନୁହେଁ, ଜୀବନ ଅଭିଯାନ ୩୧.୦୫.୨୦୨୫ରୁ ୨୬.୦୬.୨୦୨୫ ପର୍ଯ୍ୟନ୍ତ ଚାଲିଥିବାରୁ ଗଞ୍ଜେଇ କେସ୍ କରିବା ସହିତ ବେଆଇନ ମଦ ଓ ବିଷାକ୍ତ ମଦରୁ ଜନସାଧାରଣଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ ଗ୍ରାମପଞ୍ଚାୟତରେ ଏବଂ ସମସ୍ତ ଗ୍ରାମରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ପାଲା, ଦାସକାଠିଆ, ଭାରତ ଲୀଳା, ଘୁଡୁକି ଓ ଗାହାଣ ମାଧ୍ୟମରେ ଜନସାଧାରଣଙ୍କୁ ନିଶାଠାରୁ ଓ ବେଆଇନ ମଦ ଓ ବିଷାକ୍ତ ମଦରୁ ଦୂରେଇ ରହିବା ପାଇଁ ଅବଗତ କରାଯାଉଛି ।

jittmm
Leave A Reply

Your email address will not be published.