ମାଛଚାଷ କରି ମହିଳାଙ୍କୁ ସ୍ୱାବଲମ୍ୱନଶୀଳ କରାଇବାରେ ଆଇ.ଆର.ଇ.ଏଲ.(ଇଣ୍ଡିଆ)ର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷ କରି ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବା ଦିଗରେ ଆଇ.ଆର.ଇ.ଏଲ.(ଇଣ୍ଡିଆ) ବିହିତ ପଦକ୍ଷେପ ଗ୍ରହଣ କରିଆସିଛନ୍ତିଫ ଚଳିତ ବର୍ଷ ଅନୁକୂଳ ବାତାବରଣ ମଧ୍ୟରେ ଆସିଥିବା ଅସରାଏ ବର୍ଷାର ଆଗମନକୁ ଭିତ୍ତି କରି ଆଇ.ଆର.ଇ.ଏଲ.(ଇଣ୍ଡିଆ) କର୍ତ୍ତୃପକ୍ଷ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତର ବାସନାପୁଟି, କାଳୀପଲ୍ଲୀ, ପି.ଲକ୍ଷ୍ମୀପୁର, ଭଗିନୀପେଟ୍ଟା, ବଡ଼ପୁଟି, ଗ୍ରାମର ୨ଟି ଲେଖାଏଁ ପୋଖରୀ ଏବଂ ହରି ପୁର ଗ୍ରାମର ୨ଟି ପୋଖରୀରେ ମାଛ ଜାଆଁଳା ବିତରଣ, ମାଛ ଛାଡ଼ିବା କାର୍ଯ୍ୟଆରମ୍ଭ କରିଛନ୍ତି । ବୁଧବାର ଅନୁଷ୍ଠିତ ଏ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମରେ ଆଇ.ଆର.ଇ.ଏଲ.(ଇଣ୍ଡିଆ) କର୍ତ୍ତୃପକ୍ଷଙ୍କ ପକ୍ଷରୁ ସି.ଏସ.ଆର. ଆଣ୍ଡ ରିସର୍ଚ୍ଚ ବରିଷ୍ଠ ମ୍ୟାନେଜର ଦୀପକ ମିଶ୍ରଙ୍କ ସମେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସଂଗଠନ ତରଫରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମାଛ ଜାଆଁଳା, ମାଛ ଛାଡ଼ିବା ବ୍ୟତୀତ ମାଛମାନଙ୍କୁ ଖାଇବାକୁ ଦିଆଯାଉଥିବା ଦାନା ମଧ୍ୟ ପ୍ରଦାନ କରାଯାଇଛି । ମହିଳା ଏସ.ଏଚ.ଜି. ଗୃପ ଏବଂ ଗ୍ରାମରେ ଥିବା ସମବାୟ ସଂସ୍ଥାର ସୋସାଇଟି ସଂଗଠନକୁ ବୁଧବାର ଆଇ.ଆର.ଇ.ଏଲ.(ଇଣ୍ଡିଆ) କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି । ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ଅଧିକା ରୋଜଗାର କ୍ଷମ ହେବା ସାଙ୍ଗକୁ ମହିଳାମାନେ ଯେପରିକି ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସହଜ ସାଧ୍ୟ ହେବେ ଏବଂ ନିଜ ଗ୍ରାମ ପଞ୍ଚାୟତରେ ଆର୍ଥିକ ଉନ୍ନତି ଓ ବିକାଶ ଦିଗରେ ଅଗ୍ରଗତି କରିବେ ସେ କ୍ଷେତ୍ରରେ ଆଇ.ଆର.ଇ.ଏଲ.(ଇଣ୍ଡିଆ) କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରି ଏକ ଅଭିନବ ପ୍ରୟାସ ଜାରି ରଖି ଆସିଛନ୍ତି । ଏଥିପାଇଁ ଆଖ ପାଖ ଗ୍ରାମର ଲୋକେ ଆଇ.ଆର.ଇ.ଏଲ.(ଇଣ୍ଡିଆ) କର୍ତ୍ତୃପକ୍ଷଙ୍କୁ ଭୂରି ଭୂରି ପ୍ରଶଂସା କରି ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.