ଦେଶୀ ମାଛ ମଡ଼କ : ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି । ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା କହିଛନ୍ତି । କିଛିଦିନ ତଳେ ସେ ତାଙ୍କ ପୋଖରୀରେ ମାଛ ଯାଆଁଳ ଛାଡ଼ିଥିବା ବେଳେ ସୋମବାର ସମସ୍ତ ମାଛ ଯାଆଁଳଗୁଡିକ ମରି ଭାସୁଥିବା ଦେଖିବାକୁ ମିଳିଛି । ଏଠାରେ ମତ୍ସ୍ୟ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ କେଉଁ କାରଣରୁ ଏଭଳି ମଡ଼କ ଦେଖାଯାଇଛି ସେ ଜାଣିପାରୁ ନ ଥିବାରୁ ଅସହାୟତା ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଦାରିଙ୍ଗବାଡି ଅଞ୍ଚଳର ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରିଆସୁଛନ୍ତି । ହେଲେ କିଛି ବର୍ଷ ହେଲା ସରକାରଙ୍କ ମୋ ପୋଖରୀ ଯୋଜନାରେ ପୋଖରୀ ଓ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକେ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏବେ ମାଛ ମଡ଼କ ଯୋଗୁଁ ଏବେ ଚିନ୍ତା ବଢ଼ିଯାଇଛି ।

Leave A Reply

Your email address will not be published.

error: Content is protected !!