om academy

ମାଛ ବଜାର ବାରମ୍ବାର ଉଚ୍ଛେଦ ତଥା ସ୍ଥାନ ପରିବର୍ତ୍ତନ ନେଇ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ

jsm

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରଦପ୍ତର ଛତ୍ରପୁରଠାରେ ଥିବା ପୁରୁଣା ମାଛ ବଜାର ଉଚ୍ଛେଦ ଅବା ସ୍ଥାନ ପରିବର୍ତ୍ତନ ନେଇ ସୋମବାର ମତ୍ସ୍ୟଜୀବୀ ତଥା ମାଛ ବ୍ୟବସାୟୀ ମାନେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରି ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଜାଗା ପରିବର୍ତ୍ତନ କରାଯାଉଥିବା ପ୍ରତିବାଦରେ ଗତକାଲି ଶତାଧିକ ମାଛ ବ୍ୟବସାୟୀ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିଥିଲେ । କରୋନା କଟକଣା ସମୟରେ ଏନ୍‌ଏସି ପକ୍ଷରୁ ଏଠାରୁ ହଟାଯାଇ ବହୁବାର ସ୍ଥାନ ପରିବର୍ତ୍ତନ କରାଯାଉଥିଲା । ଗତ କିଛି ଦିନ ହେବ ପୁଣି ସହରର ବଡଷ୍ଟେସନ ନିକଟରେ ଏକ ସ୍ଥାନରେ ମାଛ ବିକ୍ରି କରିବାକୁ କୁହାଯାଇଥିଲା । ବର୍ତ୍ତମାନ ବଡଷ୍ଟେସନ ନିକଟରେ ମାଛ ମାର୍କେଟ ରହିବ । ଆଗକୁ ସହରରେ ଥିବା ମାଛ ମାର୍କେଟକୁ ଭଙ୍ଗାଯାଇ ଏକ ନୂତନ ମାଛ ମାର୍କେଟ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ନୂଆ ମାଛ ମାର୍କେଟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ସେଠାରେ ହିଁ ମାଛ ମାର୍କେଟ ଚାଲିବ ବୋଲି ଏନ୍‌ଏସି ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ ନିର୍ଭର ପ୍ରତିଶୃତି ଦେଇଥିଲେ । ପରେ ସମସ୍ତେ ଏହି ପ୍ରତୀକ ଆନ୍ଦୋଳନ ଭଳି କାର୍ଯ୍ୟପନ୍ଥାରୁ ଓହରି ଯାଇଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.