oom

ନାଟକ “ଜନମ ନେଇଛି କାନ୍ଦିବା ପାଇଁ” ମଞ୍ଚସ୍ଥ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲା ଖଲ୍ଲିକୋଟ ବ୍ଲକ ଠେକୁଆପଲ୍ଲୀ ଗ୍ରାମର ପ୍ରଦୀପ ଦାସ ସାରଙ୍କ ଏକମାତ୍ର ଅଲିଅଳ କନ୍ୟା ସନ୍ଧ୍ୟାରାଣୀଙ୍କ ପୁଷ୍ପବତୀ ଦିବସ ଉପଲକ୍ଷେ ଶ୍ରୀ ଶ୍ରୀ ମା’ ଦକ୍ଷିଣକାଳୀ ନାଟ୍ୟ ସଂସଦ (ଗାଲେରୀ ) ଅନୁଷ୍ଠାନ ତରଫରୁ ବିନୋଦ ବିହାରୀ ମାର୍ଥାଙ୍କ ରଚିତ ଏକ ସାମାଜିକ ନାଟକ “ଜନମ ନେଇଛି କାନ୍ଦିବା ପାଇଁ” ମଙ୍ଗଳବାର ସନ୍ଧ୍ୟାରେ ଖଲ୍ଲିକୋଟ ବ୍ଲକର ଠେକୁଆପଲ୍ଲୀ ଗ୍ରାମରେ ମଞ୍ଚସ୍ଥ ହେଇଯାଇଛି ।ବରିଷ୍ଠ ଯୁବ ମଞ୍ଚ-ନିର୍ଦ୍ଦେଶକ ସି.ଏଚ୍. ରାଜୀବ ଲୋଚନ ରେଡ୍ଡୀ ସହକାରୀ ନିର୍ଦ୍ଦେଶକ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଦାସଙ୍କ ମିଳିତ ସହଯୋଗରେ ନାଟକ ପରିବେଷଣ ହୋଇଥିଲା । ମଞ୍ଚକୁ ସମ୍ମାନୀୟ ଅତିଥି ଭାବେ ବଟ କୃଷ୍ଣ ନାହାକ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ତତସହିତ ସମ୍ମାନୀୟ ଅତିଥି ଗାଲେରୀ ଗ୍ରାମର ସରପଞ୍ଚ ଶଙ୍କର୍ଷଣ ମହାରଥା, ବୁଲୁ ମହାରଣା, ଅକ୍ଷୟ ଷଡ଼ଙ୍ଗୀ, ଦ୍ୟୁତିକୃଷ୍ଣ ସାହୁ, ଭାଲୁ ସେଠୀ, ଠେକୁଆପଲ୍ଲୀ ଗ୍ରାମର ମହେଶ୍ୱର ପାଣ୍ଡୀ, ବିପ୍ର ଚରଣ ଦାସ, ସଜିତ ଦାସ, ସୁମନ୍ତ ଦାସ, ଯୋଗୀ ଦାସ, ସଞ୍ଜୟ ବେହେରା, ମଞ୍ଚରେ ଅଭିନୟ କରିଥିଲେ । ମଞ୍ଚସ୍ଥ ନାଟକ ଅଗଣିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ତେଣୁ ସମଗ୍ର ଖଲ୍ଲିକୋଟ ବ୍ଲକରେ ଏହି କଳାକାରଙ୍କ ଭୂୟସୀ ପ୍ରଂଶସା କରିଥିଲେ । କଳାକାର, ନାଟ୍ୟ ନିର୍ଦ୍ଦେଶକ ପରିଚାଳକ ପ୍ରଦୀପ ଦାସ୍ ସାରଙ୍କୁ ଦର୍ଶକ ଅଶେଷ ଅଶେଷ ଶୁଭେଚ୍ଛାର ବାର୍ତ୍ତା ଦେଇ ସାଧୁବାଦ ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ପୁଣିଥରେ ଅନୁରୋଧ କ୍ରମେ ସେହି ନାଟକ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ଏହି ନାଟକ ମଞ୍ଚସ୍ଥ କରାଯିବା ନିମନ୍ତେ ଖୋର୍ଦ୍ଧା ବ୍ଲକ ନିମେଇମଲ୍ଲ ଗ୍ରାମର ଗ୍ରାମବାସୀ ନାଟ୍ୟ ନିର୍ଦ୍ଦେଶକକୁ ଅନୁରୋଧ କରିଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.