oom

ବୃଦ୍ଧି ହେବ ମତ୍ସ୍ୟ ଉତ୍ପାଦନ ଋଷିକୁଲ୍ୟା କଂସାରୀଗଣ୍ଡରେ ମାଛ ଯାଆଁଳ ଛାଡିଲେ ଛତ୍ରପୁର ବିଧାୟକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା କଂସାରିଗଣ୍ଡରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୭ ଲକ୍ଷ ୫୦ ହଜାର ଯାଆଁଳ ଛଡାଯାଇଛି । ଋଷିକୁଲ୍ୟା ନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ଛତ୍ରପୁର ବ୍ଲକ ମୁନସୀପେଣ୍ଠ ନିକଟ କଂସାରିଗଣ୍ଡ ଠାରେ ଏହି ମାଛ ଯାଆଁଳ ଛଡାଯାଇଛି । ଓଡିଶା ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ମତ୍ସସମ୍ପଦର ବିକାଶ ପାଇଁ ସରକାର ପ୍ରଥମ ଥର ଲାଗି ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି, ଏଣୁ ଏହାର ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିବା ସହ ଋଷିକୂଲ୍ୟା ନଦୀରେ ପ୍ରାୟ ୭ ଲକ୍ଷ ୫୦ ହଜାର ତାଙ୍କର ମାଛ ଯାଆଁଳ ଛାଡିଥିଲେ । ପୋଟଲାମ ପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଜିଲ୍ଲା ମୁଖ୍ୟ ମତ୍ସ ଅଧିକାରୀ, ଛତ୍ରପୁର ଅତିରିକ୍ତ ମତ୍ସ ଅଧିକାରୀ ପ୍ରମୁଖ ଯୋଗଦେଇ କଂସାରୀଗଣ୍ଡରେ ମାଛ ଛାଡିବା ଦ୍ୱାରା ମତ୍ସ ସମ୍ପଦର ବିକାଶ ହେବା ସହ ମତ୍ସ ଉତ୍ପାଦନ ବୃଦ୍ଧି ପାଇପାରିବ, ସରକାର ଏହିଭଳି ଏକ ପଦକ୍ଷେପ ନେଇଥିବାରୁ ସମସ୍ତେ ପ୍ରଶଂସା କରିଥିଲେ । ପରେ ସମସ୍ତେ କଂସାରୀଗଣ୍ଡ ନଦୀରେ ଜାଆଁଳ ଛାଡିଥିଲେ । ରୋହି, ଭାକୁର, କାର୍ପିଲିସ, ମିରକାଲି, ଗ୍ରାସକାର୍ଫ ଓ କଂଲାଚି ଆଦି ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଛଡାଯାଇଛି । ଦିନକୁ ଦିନ ଋଷିକୁଲ୍ୟା ନଦୀରେ ମାଛ ଉତ୍ପାଦନ ହ୍ରାସ ପାଉଥିବା ବେଳେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମତ୍ସ୍ୟ ଉତ୍ପାଦନ ପାଇଁ ଯାଆଁଳ ଛଡାଯାଇଛି ।

jittmm
Leave A Reply

Your email address will not be published.