ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମାୟାଧର ପୁରୋହିତ ଓ ବୈରାଗୀ ରଣାଙ୍କ ଘରୁ ମାଟି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ ବର୍ଷ ପୂତ୍‌ର୍ତ୍ତି ଉପଲକ୍ଷେ ଦେଶରେ ଚାଳିଥିବା ଅମୃତ ମହୋତ୍ସବରେ ନୂଆଦିଲ୍ଲୀର ଅମୃତ ବାଟିକା ପ୍ରତିଷ୍ଠା ସହ ଦେଶର ସ୍ୱାଧୀନତା ସଂଗ୍ରାମୀ, ସହିଦ, ବୀର ଜୱାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ ଉଦ୍ଦେଶ୍ୟରେ ଏବେ ସାରା ଦେଶରେ ମାଟି ସଂଗ୍ରହ ଅଭିଯାନ ଚାଳିଛି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମରେ ଆଜି ଭାରତୀୟ ଜନତା ପାର୍ଟି, ଲଖମରା ମଣ୍ତଳ ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମାଟି ସଂଗ୍ରହ ଅଭିଯାନ କରାଯାଇଛି । ଟେମରୀ ଗ୍ରାମର ୨ ଜଣ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ଦେଶ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ ସ୍ୱର୍ଗତ ମାୟାଧର ପୁରୋହିତ ଓ ସ୍ୱର୍ଗତ ବୈରାଗୀ ରଣାଙ୍କ ଘରୁ ମାଟି ସଂଗ୍ରହ ସହ ଗ୍ରାମର ପ୍ରତ୍ୟେକ ଘରୁ ମା’ମାନେ ଅମୃତ କଳସରେ ମାଟି ଦେଇଥିଲେ । ଏହି କାର୍ଯ୍ୟକ୍ରମ ଟେମରୀ ଗ୍ରାମରେ ଏକ ଯାତ୍ରାର ମାହୋଲ ସୃଷ୍ଟି କରିଥିଲା । ଏହି ମାଟି ସଂଗ୍ରହ ଅଭିଯାନରେ ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ମୋହନ ଦଣ୍ତସେନା, ରମେଶ ବରିହା, ଅମୃତ ଠାକୁର, କୃଷ୍ଣଚନ୍ଦ୍ର ରେଙ୍ଗାଲ, ଶରତ ଠାକୁର, ଡା. ଉତ୍କଳ ପଟେଲ, ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ମହେନ୍ଦ୍ର ପ୍ରଧାନ, ଶ୍ରୀମତୀ ବନଛୋର, ଦଶମୀ ନାଏକ, ସବିତା ନାଏକଙ୍କ ସମେତ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା ମଧ୍ୟ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.