ମା’ ରାମାୟଣାମ୍ମା ମନ୍ଦିରରେ ନବରାତ୍ର ପୂଜା ଖୁବ୍‌ ସରଗରମ ହୋଇଉଠିଛି

ବ୍ରହ୍ମପୁର, ( କେ. ସତ୍ୟନାରାୟଣ ରେଡ୍ଡୀ ) : ନବରାତ୍ର ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି, ଛତ୍ରପୁର ସହର । ଏହି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମା ମନ୍ଦିରରେ ନବରାତ୍ର ପୂଜା ଅବସରରେ ଦୈନିକ ବିଧିବଦ୍ଧ ଭାବେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଚାଲିଛି । ମା’ଙ୍କର ଚଳିତ ବର୍ଷ ଚୈତ୍ରମାସ ଶେଷରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ । ତେଣୁ ମା’ ରାମାୟଣାମ୍ମା ମନ୍ଦିରରେ ଶିଳ୍ପୀମାନେ ତୈଳ ରଙ୍ଗ-ବେରଙ୍ଗରେ ଚିତ୍ର ଅଙ୍କନ କରିଛନ୍ତି, ଯାହା ମନ୍ଦିରର ଶୋଭାବର୍ଦ୍ଧନ ହୋଇ ଚିତାକର୍ଷକ ହୋଇଉଠିଛି । ଯାହା ଅଗଣିତ ଭକ୍ତଜନଙ୍କ ମନକୁ ଆକର୍ଷିତ କରି ଶକ୍ତିମୟୀ ଦେବୀଙ୍କ ମହିମା ସଭିଙ୍କୁ ଭକ୍ତି ଭାବାପନ୍ନରେ ଆବେଗତା ମଧ୍ୟରେ ଆହଦେିତ କରିଛି । ଦୈନିକ ପ୍ରାତଃ ଓ ସନ୍ଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି । ପଣ୍ଡିତ ପୂଜାରୀଙ୍କ ଦ୍ଵାରା ହୋମ, ପୂଜାପାଠ, ମନ୍ତ୍ର ଉଚ୍ଚାରଣରେ ସହର ପ୍ରକମ୍ପିତ ହୋଇଉଠିଛି । ଭକ୍ତି ଭାବାପନ୍ନରେ ଓ ଆଧ୍ୟାତ୍ମିକ ଜାଗରଣରେ ସହର ବେଶ ଚଳଚଞ୍ଚଳ ହୋଇଉଠିଛି ।

Leave A Reply

Your email address will not be published.