ରାମଚଣ୍ଡୀ ପୀଠରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକର କରପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ନିଳାଦ୍ରୀପୁର ପାହାଡ଼ ଶିଖରରେ ବିରାଜମାନ କରିଥିବା ମା’ ରାମଚଣ୍ଡୀଶକ୍ତି ପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି । ୧୬ ଦିନ ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ପୀଠ ପରିସରରେ ସବୁଜିମାକୁ ସୌନ୍ଦର୍ଯ୍ୟର ରୂପ ଦେବା ନିମନ୍ତେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଶନିବାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଛତ୍ରପୁର ବିଧାୟକଙ୍କ କରକମଳରେ ବୃକ୍ଷ ଚାରାରୋପଣ କରି ଏହାକୁ ଲୋକାର୍ପିତ କରାଯାଇଛି । ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ସରୋଜ ସାବତ, ବ୍ରହ୍ମପୁରର ସମାଜସେବୀ ଶିବ ପ୍ରସାଦ ଦାସ ଅତିଥି ଭାବେ ଯୋଗଦେଇଥିଲେ । ସର୍ବପ୍ରଥମେ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ ସମସ୍ତ ଅତିଥି ବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପୂଜା କମିଟି ସଭାପତି ସିଏଚ୍‌ ଦୟାନନ୍ଦ ରେଡ୍ଡୀ, ଉପ-ସଭାପତି ଦିବାକର ନାୟକ, ଶିବରାମ ନାୟକ, ରାଜେନ୍ଦ୍ର ପଲେଇ, ବରିଷ୍ଠ ପରାମର୍ଶଦାତା ତ୍ରିପତି ବାଲାଜୀ ମିଶ୍ର, ସୁଧୀର ମହାରଣା, କୋଷାଧ୍ୟକ୍ଷ କୁଞ୍ଜ ନାୟକ ଓ ଗୋବର୍ଦ୍ଧନ ନାୟକଙ୍କ ସହିତ ମନ୍ଦିର ଚତୁର୍ପାଶ୍ୱ, ହନୁମାନ ମନ୍ଦିର, ରାମ କୁଣ୍ଡ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପୀଠର ଚତୁଋର୍ପାଶ୍ୱ ବୁଲି ଦେଖିଥିଲେ । ପରେ ମା’ ରାମଚଣ୍ଡୀଙ୍କ ନାଁ’ରେ ମା’ ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ଛତ୍ରପୁର ବିଧାୟକ ଏହି କାର୍ଯ୍ୟକ୍ରମ ପାଇଁ ମନ୍ଦିର ଟ୍ରଷ୍ଟ, ପୂଜା କମିଟି ଓ ପରିଚାଳନା କମିଟିକୁ ଧନ୍ୟବାଦ ଦେବା ସହିତ ସଂଯୋଜକ କମଳ ପଣ୍ଡା ଓ ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.