ଭବାନୀପାଟଣା, (କେପିଏନ୍ଏସ୍) : ୭୫ତମ ସମ୍ବିଧାନ ଦିବସ ଅବସରରେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ସମ୍ବିଧାନ ଦିବସ ବିୟଶ୍ୱବିଦ୍ୟାଳୟ କ୍ୟାମ୍ପସ ଠାରେ ପାଳନ କରାଯାଇଛି । ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ ଥିବା ଭାରତ ରତ୍ନ ଡଃ. ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ପୁରାତନ ଛାତ୍ର ସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ. ଅଜୟ ମିଶ୍ର ଯୋଗଦେଇ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରକୁ ମଜଭୁତ କରିବା ସହ ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁଁ ସମସ୍ତେ ସମ୍ବିଧାନର ନୀତି ଓ ଆଦର୍ଶର ଅନୂପାଳନ ପାଇଁ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂଘର ସମ୍ପାଦକ ଅବିନାଶ ଠାକୁର, ଯୁବ ନେତା ମଣ୍ଟୁ ନାଏକ, ଧର୍ମେନ୍ଦ୍ର ନାଏକ, ପରମାନନ୍ଦ ମାଝୀ, ବାବା ଅଲି ଖାନ୍ , ଡଃ. ବିରଞ୍ଚି ମହାପାତ୍ର, ସେଖ ମୁନାବର, ଲାଲ ବାହାଦୁର ନାଏକ, ଭୋଳା ଶଙ୍କର, ମୁନା ବେହେରା, ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
Prev Post