ମା’ ମାହେଶ୍ୱରୀ ସେନା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ତେବେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଏଭଳି ସମୟରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କୁ ମାଁ ମାହେଶ୍ୱରୀ ସେନା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ସୁରେଶ କମ୍ପ, ପାର୍ଥ କର୍ଣ୍ଣ, କିଶୋର ଗୁରାଣ୍ଡି, ସନ୍ତୋଷ ପାଳିତ, ସୋମନାଥ ପଧାନ, କିଶୋର ପଧାନ, ପ୍ରତାପ ଗଡତିଆ, ଗଣେଶ ପଧାନ, ବିକ୍ରମ ପଧାନ, ଗଣେଶ ମହାକୁଡ, ଅଭି ମହାକୁଡ ଆଦି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.