ମା’ କୁଶଙ୍ଗାଇ ଦେବୀଙ୍କ ପୀଠରେ ଲାଗିିବ ରୂପାର ପରଭା, ଛାଉଣି

  • ଗ୍ରାମବାସୀ ଓ ମନ୍ଦିର କମିଟି ପ୍ରସ୍ତୁତ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ନିର୍ବାଚନ ମଣ୍ଡଳି କୁଶଙ୍ଗ ଗ୍ରାମରେ ମା’ କୁଶଙ୍ଗାଇ ଦେବୀ ଏବଂ ମନ୍ଦିର ଓ ଗ୍ରାମ କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏ ବର୍ଷ ଦଶହରା ଏବଂ ୧୬ପୂଜା ବଏଲ ଯାତ୍ରା ରାଜ୍ୟ ବାହାରୁ ଏବଂ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କର ସୁଅ ଛୁଟିଥିଲା । ଏହି ଐତିହ୍ୟ ପୀଠ ମା’ କୁଶଙ୍ଗାଇଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ସୁରୁଖୁରୁରେ ଉଦ୍‌ଯାପିତ ହୋଇଥିଲା । ଏହି ଅବସରରେ ମନ୍ଦିର କୁଶଙ୍ଗର ଗ୍ରାମବାସୀ କମିଟି, କୁଶଙ୍ଗ ମନ୍ଦିର କମିଟି ମା’ଙ୍କର ପୀଠରେ ନୂତନ ଭାବେ ରୂପା ଝାଉଣିର ପରଭା ନିର୍ମାଣ ପାଇଁ ଗ୍ରାମ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ଚୈତ୍ର ପୂର୍ଣ୍ଣିମାରେ ପରଭା ଦର୍ଶନ ଆକର୍ଷଣ କରିବା ବୋଲି ସ୍ଥିର କରାଗଲା । ଅଂଚଳବାସୀ ମଧ୍ୟ ମା’ ସହିତ ରୂପା ପରଭା ମଧ୍ୟ ଦର୍ଶନ କରିପାରିବେ ବୋଲି ସମସ୍ତଙ୍କ ଆଶା । ଏଥିରେ କୁଶଙ୍ଗ ଗୌନ୍ତିଆ ବୃନ୍ଦାବନ ପଟେଲ, ସରପଂଚ ଓ ଗ୍ରାମ କମିଟି, କୁଶଙ୍ଗର ମନ୍ଦିର କମଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଡା. ରୁଦ୍ର ନାରାୟଣ ପଟେଲଙ୍କ ନେତୃତ୍ୱରେ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟିର ବିଭିନ୍ନ ସମୟରେ ଐତିହାସିକ ପୀଠ ସରକାରଙ୍କୁ ବିଭିନ୍ନ ସମୟରେ ଅନୁଦାନ ଦାବି କରି ଆସୁଥିବା ବେଳେ କୁଶଙ୍ଗାଇ ଦେବୀ ପୀଠକୁ ଉନ୍ନତିକରଣ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଭାପତି ଜୟକୃଷ୍ଣ ମିଶ୍ର ଓ ପ୍ରଶାନ୍ତ ମହାକୁର ଏବଂ ଗ୍ରାମର ଭକ୍ତମାନଙ୍କ ସହମତି କ୍ରମେ ସାହାଯ୍ୟ ହାତ ବଢାଇଥିଲେ । ଏହି ବୈଠକରେ ସଭାପତି ରତନଲାଲ ପୃଷ୍ଟି ସଭା ଆହ୍ୱାନ କରିଥିଲେ ଓ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.