ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ସମଲେଇଶ୍ୱରୀ ଓ ଜଗତ ଜନନୀ ମାଁ ଦୁର୍ଗା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଁ ଦୁର୍ଗାଙ୍କର ପ୍ରଥମ ସ୍ୱରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ମାଁଙ୍କ ଦିବ୍ୟ ସ୍ୱରୂପର ଧ୍ୟାନ କରିବା ଦ୍ୱାରା ମନ ପରିମାର୍ଜିତ ହେଇଥାଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଁଙ୍କ ଏହି ସ୍ୱରୂପ ଜୀବନରେ ଅନାସକ୍ତ ରହିବା ପାଇଁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧର୍ଯ୍ୟ, ଆଶା ଏବଂ ବିଶ୍ୱାସର ସହ ଆଗକୁ ବଢିବାକୁ ପ୍ରରଣା ଦେଇଥାଏ । ମାଁଙ୍କ ଶ୍ୱେତ ସ୍ୱରୂପ ଆମକୁ ସତ୍ ପ୍ରବୃତ୍ତି ପାଇଁ ମାର୍ଗଦର୍ଶନ କରିଥାଏ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରର ମାଁ ସମଲେଇଶ୍ୱରୀ ଓ ଜଗତ ଜନନୀ ମାଁ ଦୁର୍ଗା ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

Leave A Reply

Your email address will not be published.

error: Content is protected !!