ମାଁ ଚମ୍ପାଦେବୀଙ୍କ ପୀଠରେ୧୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଚାଂୟତ ଓଉପଡା ଗ୍ରାମର ଆରାଧ୍ୟା ଦେବୀ ମାଁ ଚମ୍ପାଦେବୀଙ୍କ ପୀଠସ୍ଥଳୀରେ ୧୬ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ଯଜ୍ଞ ମହାସମାରୋହରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । ପୂଜକ ମଦନ ମୋହନ ମିଶ୍ର ଏହାର ମୁଖ୍ୟ ପୁରୋହିତ ଥିଲେ । ବିଶ୍ୱର କଲ୍ୟାଣ ଓ ଶାନ୍ତି ପାଇଁ ଉଦ୍ଧିଷ୍ଟ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଓ ନାମ ଯଜ୍ଞର ଜଳଯାତ୍ରା ଯଜ୍ଞଧିବାସ ସହ ନିତିକାନ୍ତି, ପୂଜାର୍ଚ୍ଚନା, ନଦିଆ ସଂର୍କିତନ ହୋଇଥିଲା ଯାହା ସମଗ୍ର ଅଚଂଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଗୋଧୂଳି ଲଗ୍ନରେ ପୁର୍ଣ୍ଣାହୁତି ସହ ସନ୍ଧ୍ୟାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.