ପୁତୁରା ନେଇଗଲା ମାଁ ଭଳି ପିଉସୀର ଜୀବନ

ବେତନଟୀ : ବେତନଟୀ ଥାନା ଦହିକୋଟି ଗ୍ରାମରେ ଆଜି ଅପରାହ୍ନରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଲୋମହର୍ଷଣକାରୀ ହାତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଭଉଣୀ ଚାରୁଲତା ମିଶ୍ର (୬୪) । ସୂଚନା ଗତ ଯେ, ବାରିପଦାରେ ଭାଇ ବ୍ରଜରାଜ ମିଶ୍ରଙ୍କ ଘରେ ଚାରୁଲତା ରହୁଥିବା ବେଳେ ମଝିରେ ମଝିରେ ଦହିକୋଟିସ୍ଥିତ ପୈତୃକ ଘରକୁ ଆସୁଥିଲେ । ଦହିକୋଟିସ୍ଥିତ ପୈତୃକ ଘରେ ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପତ୍ନୀ ପ୍ରଭାତୀ ମଞ୍ଜରୀ ଦାଶ ଏବଂ ତାଙ୍କ ପୁଅ ତନ୍ମୟ କୁମାର ମିଶ୍ର(୨୧) ରହି ଆସୁଥିବା ବେଳେ ଆଜି ପ୍ରଭାତୀ ସ୍କୁଲ ଯାଇ ଥିବାବେଳେ ତନ୍ମୟ କଲେଜ ଯାଇଥିଲେ । ତେବେ କଲେଜରୁ ଫେରିବା ପରେ କୌଣସି କଥାକୁ ନେଇ ତନ୍ମୟ ଉତ୍ତ୍ୟକ୍ତ ହୋଇ ପିଉସୀ ଚାରୁଲତାଙ୍କୁ ଧାରୁଆ ଅସ୍ତ୍ରରେ କ୍ରମାଗତ ଭାବରେ ହାଣି ଚାଲିଥିଲା । ଘର ଭିତରେ ହିଁ ଚାରୁଲତାଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ଗ୍ରାମବାସୀ ଓ ପଡୋଶୀ ପୋଲିସକୁ ସୂଚନା ଦେଇ ତନ୍ମୟଙ୍କୁ ହସ୍ତାନ୍ତର କରିଥିଲେ ।

Leave A Reply

Your email address will not be published.