
ଚେନ୍ନାଇ : ଲୁଟେରାମାନେ ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସରୁ ଲୁଟିନେଇଛନ୍ତି ୨୫ କେଜି ସୁନା ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ତାମିଲନାଡୁ ସ୍ଥିତ ମୁଥୁଟ ଫାଇନାନ୍ସର ହୋସୁର ବ୍ରାଞ୍ଚରେ ଆଜି ସକାଳ ପ୍ରାୟ ୧୦ରୁ ୧୧ ଟା ସମୟ ଭିତରେ ହଠାତ୍ ହେଲମେଟ୍ ପିନ୍ଧି କିଛି ଦୁର୍ବୃତ୍ତମାନେ ପହଞ୍ଚିଥିଲେ । ଏହାପରେ ସେମାନେ ବନ୍ଧୁକ ଦେଖାଇ ଲକ ଖୋଲି ୨୫ କେଜି ସୁନା ଓ ୯୬ ହଜାର ଟଙ୍କା ଲୁଟ କରି ସେଠାରୁ ଫେରାର ହୋଇ ଯାଇଥିଲେ । ଏହି ଲୁଟ ସୁନାର ମୂଲ୍ୟ ପ୍ରାୟ ୭.୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଖବର ପାଇ ହୋସୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
