ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଲୁଟି ନେଲେ

କଳାହାଣ୍ଡି, (ପି.କେ ସାହୁ) : ରାଜ୍ୟରେ ଡକାୟତ‌ ମାନ‌ଙ୍କ ରାଜ୍‌ ବଢିବାରେ ଲାଗିଥିବା ବେଳେ ସେମାନ‌ଙ୍କୁ ଧରିବା ପାଇଁ ପୋଲିସ ପାଇଁ ବର୍ତ୍ତମାନ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ତେବେ ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ବୋର୍ଡ ଗାଁରେ ଜଣ‌ଙ୍କର ଘରେ ପଶି ବନ୍ଧୁକ ଦେଖାଇ ଡକାୟତି କରିଛନ୍ତି ଡକାୟତ ମାନେ ବୋଲି ଖବର ମିଳିଛି । ଖବର ଅନୁସାରେ, ବୋର୍ଡ଼ ଗାଁର ରାଜୁ ଜୈନ(ପେଟ୍ରୋଲ ପ‌ମ୍ପ ମାଲି‌କ)ଙ୍କ‌ଘରକୁ ୫ ଜଣ ଡକାୟତ ମାନେ ବିଳ‌ମ୍ବିତ ରାତିରେ ଘରର ତଳ ମହଲାରେ ପୁଅ ଓ ସ୍ତ୍ରୀ ରହୁଥିବା କୋଠରୀରେ ପଶି ସେମାନଙ୍କୁ ଆକ୍ରମଣ କରି ନଗଦ ଟଙ୍କା ଓ ସୁନା ଲୁଟି ନେଇଥିଲେ । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆର‌ମ୍ଭ କରିଛି ।

Leave A Reply

Your email address will not be published.