ଲୁଟେରାକୁ ବାନ୍ଧିଲା ବଡ଼ମ୍ବା ପୋଲିସ

ଆଠଗଡ଼ : ବଡ଼ମ୍ବା ପୋଲିସ ପକ୍ଷରୁ ଏହି ଚଢାଉରେ ଜଣେ ସିନ୍ଧିଚୋରକୁ ଗିରଫ କରିଛି ପୋଲିସ । ଏହା ସହ ସେହି ଚୋର ନିକଟରୁ ୫୦ ହଜାର ଟଙ୍କାର ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି । ବଡ଼ମ୍ବା ଥାନା ଗମେଇ ଗାଁର ବିଭିନ୍ନ ବ୍ୟକ୍ତି ଘରୁ ପିତ୍ତଳ ଏବଂ କଂସା ବାସନ ସମେତ ଅନ୍ୟାନ୍ୟ ଆସବାବପତ୍ର ଚୋରି କରିଥିବାର ଅଭିଯୋଗ ହୋଇଥିଲା । ଏହାପରେ ଉକ୍ତ ଗାଁରେ ବଡମ୍ବା ପୋଲିସ ପକ୍ଷରୁ ଚଢାଉ ହୋଇଥିଲା । ଏହି ଚଢାଉରେ ୨୪ ବର୍ଷୀୟ ସିନ୍ଧିଚୋର ସ୍ମୁତିରଞ୍ଜନ ବଳବନ୍ତରାୟକୁ ଗିରଫ କରିଛି ପୋଲିସ । ତେବେ ଗିରଫ ଚୋର ନିକଟରୁ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଯାହାର ମୂଲ୍ୟ ୫୦ ହଜାରରୁ ଅଧିକ ହେବ ବୋଲି ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି କହିଛନ୍ତି ।

Leave A Reply

Your email address will not be published.