oom

୩ ଜଣ ଲୁଟେରାଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଉକା ଦେଖି ଲୁଟ୍‌ କରୁଥିଲେ ବଲାଙ୍ଗିର ସହରରେ । ଆଉ ଲୁଟ୍‌ ପରେ ସିଧା ତାମିଲନାଡ଼ୁକୁ ଫେରାର୍‌ ହୋଇଯାଉଥିଲେ । ଆମେ କହୁଛୁ ବଲାଙ୍ଗିର ଟାଉନ ପୋଲିସ ଦ୍ୱାରା ଗିରଫ ହୋଇଥିବା ୩ ଜଣ ଲୁଟେରାଙ୍କ କଥା । ଏ ସଂପର୍କରେ ବଲାଙ୍ଗିର ପୋଲିସ ପକ୍ଷରୁ ଟାଉନ ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ପ୍ରଦୀପ କୁମାର ସାହୁଙ୍କ ସୂଚନା ଅନୁସାରେ ଗତ ୨୦୨୪ ଏପ୍ରିଲ ମାସ ୨୫ ତାରିଖରେ ଦେବକାନି ଗ୍ରାମର ଲକ୍ଷ୍ମୀନାରାୟଣ ପୋଢ ନିକଟସ୍ଥ ଖୁଜେନପାଲି ଛକ ଦେଇ ଯାଉଥିବା ବେଳେ ତିନି ଜଣ ଲୁଟେରା ତାଙ୍କୁ ମାର୍‌ପିଟ୍‌ କରିବା ସହ ତାଙ୍କ ବାଇକ୍‌, ମୋବାଇଲ ଫୋନ୍‌ ଓ ୩୫୦୦ ଟଙ୍କା ଲୁଟି ନେଇ ଫେରାର୍‌ ମାରିଥିଲେ । ଲୁଟ୍‌ର ଶିକାର ହୋଇଥିବା ଲକ୍ଷ୍ମୀନାରାୟଣ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଲକ୍ଷ୍ମୀନାରାୟଣଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଉ ଜାଣିବାକୁ ପାଇଥିଲା ଯେ, ଘଟଣାରେ ଜଡ଼ିତ ଲୁଟେରା ମାନେ ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମାମାଲାରେ ଜଡ଼ିତ ଅଛନ୍ତି । ଲୁଟେରାମାନେ ପୋଲିସ ତଦନ୍ତକୁ ଦେଖି ସିଧା ତାମିଲନାଡ଼ୁକୁ ଚମ୍ପଟ ମାରିଥିଲେ । ଯାହା ପୋଲିସ ପାଇଁ ଏକ ବଡ଼ ଟେନ୍‌ସନ୍‌ ପାଲଟିଥିଲା । ପୋଲିସ ଧର୍ଯ୍ୟର ସହ ଅପେକ୍ଷା କରିଥିଲା ଚମ୍ପଟ ମାରିଥିବା ୩ ଜଣ ଲୁଟେରାଙ୍କୁ । ଶେଷରେ ଲୁଟେରାମାନେ ତାମିଲନାଡ଼ୁରୁ ବଲାଙ୍ଗିର ଫେରିଥିଲେ ଓ ପୁଣି ଫେରିବା ବାଟ ତଥା ବଲାଙ୍ଗିର ରେଲୱେ ବିଭାଗରେ କାର୍ଯ୍ୟରତ ଜଣେ ଗ୍ୟାଙ୍ଗମେନ୍‌ଙ୍କୁ ଧମକାଇବା ସହ ତାଙ୍କ ଠାରୁ ଜୋର୍‌ ଜବରଦସ୍ତି ୮୦ ହଜାର ଟଙ୍କା ତାଙ୍କ ଆକଉଣ୍ଟରୁ ଟ୍ରାନ୍ସଫର୍‌ କରିଥିଲେ । ପୂର୍ବରୁ ଛକି ବସିଥିବା ବଲାଙ୍ଗିର ଟାଉନ ପୋଲିସ ଲୁଟେରାଙ୍କ ବଲାଙ୍ଗିର ଫେରିବା କଥା ନେଇ ଖବର ପାଇଲା ପରେ ମାଡ଼ି ବସି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ୩ ଜଣ ଲୁଟେରାମାନେ ହେଲେ ବଲାଙ୍ଗିର ସହରର ତୁଳସୀ ନଗରର ମନୋଜ କଠାର ଓରଫ ନାଡ଼ୁ (୨୪), ରାଜୀବ ନଗରର ଚିଙ୍କୁ ବେହରା(୨୮) ଓ ପିଣ୍ଟୁ ମାଝୀ (୨୪) । ଗିରଫ ଲୁଟେରାମାନଙ୍କ ଟାରୁ ପୋଲିସ ଗୋଟିଏ ବାଇକ, ନଗଦ ୧୭୩୦୦ ଟଙ୍କା, ଏଟିଏମ୍‌ କାର୍ଡ, ୩ଟି ମୋବାଇଲ ଫୋନ୍‌କୁ ଜବତ କରିଥିବା ବେଳେ ବ୍ୟାଙ୍କ ଆକଉଣ୍ଟରେ ଥିବା ୩୫୦୦ଟଙ୍କା ଫିଜ୍ର୍‌ କରିବାରେ ମଧ୍ୟ ସଫଳ ହୋଇଛି ବଲାଙ୍ଗିର ପୋଲିସ ବୋଲି ଏସ୍‌ଡ଼ିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.