centurian jitm

ଲୁଟେରାଙ୍କ ଦୌରାତ୍ମ୍ୟ, ଶ୍ରମିକଙ୍କୁ ମଧ୍ୟ ଛାଡିଲେ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ-ବଲାଙ୍ଗିର ରାଜପଥରେ ଲୁଟେରା ଗ୍ୟାଙ୍ଗ ଆତଙ୍କ ଖେଳାଇଛନ୍ତି । ଗତକାଲି ମଧ୍ୟାହ୍ନରେ ଲୁଟେରାଙ୍କ ଠାରୁ ଜଣେ ଫାଇନାନ୍ସ କର୍ମଚାରୀ ବୁଦ୍ଧି ଲଗାଇ ବର୍ତ୍ତି ଯାଇଥିଲେ । ହେଲେ ସେହି ସମୟରେ ଜଣେ ଉତ୍ତର ପ୍ରଦେଶ ଫେରନ୍ତା ଶ୍ରମିକଙ୍କୁ ଲୁଟେରାମାନେ ଆକ୍ରମଣ କରିଥିଲେ । ଫଳରେ ସେ ଆହତ ହୋଇ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି । ସନ୍ଧ୍ୟାରେ ଫାଇନାନ୍ସ କର୍ମଚାରୀ ଥାନାରେ ଏତଲା ଦେଇଛନ୍ତି । ଟାଉନ ପୋଲିସ ଲୁଟେରାମାନଙ୍କୁ ହାତୀଶାଲପଡାରୁ ଧରି ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.