ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ଗିରଫ କଲା ପୋଲିସ୍‌

ବରଗଡ : ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ ହୋଇଥିବା ଲୁଟେରା ଗିରଫ ହୋଇଛନ୍ତି । ଲୁଟେରା ଜଣକ ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା । ଗିରଫ ପରେ ଦୁର୍ବୃତ୍ତିଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍‌, ୨ଟି ଛୁରୀ ଏବଂ ୪ଟି ମୋବାଇଲ ଫୋନ ଜବତ୍‌ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ଏହି ଲୁଟ୍‌ର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.