କେସିଙ୍ଗା, (ପ୍ରୀତେଶ ପଟେଲ) : ଟ୍ରେନରେ ଯାତ୍ରା କରୁଛନ୍ତି କି ? ଟ୍ରେନକୁ ଅପେକ୍ଷା କରିଛନ୍ତି ନା ବସ୍କୁ ଅପେକ୍ଷା କରିଛନ୍ତି । ସାବଧାନ ! ଆତଙ୍କ ଖେଲାଉଛି ଜଳ୍ଜିରା ଲୁଟେରା । ଜଲ୍ଜିରା ପିଇବାକୁ ଦେଇ ସର୍ବସ୍ୱ ଲୁଟି ନେଇଛନ୍ତି ଲୁଟେରା । ହଁ ଦର୍ଶକ ବନ୍ଧୁ ଯଦି ଆପଣ କେବେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ହେଉ କିମ୍ବା ଟ୍ରେନ କି ବସ୍କୁ ଅପେକ୍ଷା କରିଥିବା ସମୟରେ ହେଉ, ସାବଧାନ ରୁହନ୍ତୁ । କେହି ଅଚିହ୍ନା ବ୍ୟକ୍ତି କୌଣସି ଜିନିଷ ଖାଇବା ପାଇଁ କିମ୍ବା ପିଇବା ପାଇଁ ଦେଲେ ଖାଆନ୍ତୁ ନାହିଁ । ନ ହେଲେ ଆପଣ ବି ହୋଇ ପାରନ୍ତି ଲୁଟ୍ର ଶିକାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳଷ୍ଟେସନ ଅଞ୍ଚଳ ।ରେ । ତିନି ଜଣ ଯୁବକଙ୍କୁ ଜଲ୍ଜିରାରେ ନିଶା ଦେଇ ଟଙ୍କା ଓ ମୋବାଇଲ ଲୁଟି ନେଇଛି ଦୃର୍ବୃତ୍ତ । ଏହି ଘଟଣାକୁ ନେଇ ଏବେ ଅଞ୍ଚଳ ସାରା ଚାଞ୍ଚଲ୍ୟ ଦେଖାଦେଇଥିବା ବେଳେ ଆତଙ୍କ ଦେଖାଇଛି ଜଲ୍ଜିରା । ଏହି ଘଟଣାରେ କେହି ଜଣେ ସମ୍ପୃକ୍ତ ଅଛି ନା କେଉଁ ଗ୍ୟାଙ୍ଗର କାମ ତାହାର ଟେର ପାଉନି ପୋଲିସ । ବାରମ୍ବାର କେସିଙ୍ଗା ଷ୍ଟେସନରେ ଏଭଳି ହେଉଥିବା ବେଳେ ରେଳବାଇ ପୋଲିସ ମଧ୍ୟ ଏହାର ଟେର ପାଉ ନଥିବାରୁ ଯାତ୍ରୀ ମାନଙ୍କ ମନରେ ଏକ ପ୍ରକାରର ଭୟର ବାତାବରଣ ଦେଖାଦେଇଛି । ଏହି ଘଟଣାର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ କେସିଙ୍ଗା ଆଦର୍ଶ ଥାନା ପୋଲିସ ଡାକ୍ତର ଖାନାକୁ ନେଇ ଚିକିତ୍ସା କରାଇଥିବା ସୂଚନା ରହିଛି । ଏହା ପୂର୍ବରୁ ମଧ୍ୟ କେସିଙ୍ଗା ଷ୍ଟେସନରେ ଏଭଳି ଘଟଣା ଘଟିଥିବାରୁ ଏହି ଘଟଣାକୁ ଗୁରୁତର ସହ ନେଇ ଉଭୟ ରେଳବାଇ ପୋଲିସ ଓ କେସିଙ୍ଗା ପୋଲିସ ଘଟଣାର ତଦନ୍ତ କରୁଥିବା ;ବେଳେ ଜଲ୍ଜିରା ଦେଇ ଲୁଟ କରିଥିବା ଲୁଟେରାଙ୍କ ପର୍ଦ୍ଦାଫାଶ କରିବା ପାଇଁ ସାଧାରଣରେ ଦାବି ହେଉଛି । ଅନ୍ୟ ପକ୍ଷରେ ଜଲ୍ଜିରାରେ କେଉଁ ନିଶା ଦ୍ରବ୍ୟକୁ ମିଶ୍ରିତ କରାଯାଉଛି ଓ ତାହା ମିଳୁଛି କେଉଁଠି ତାହା ମଧ୍ୟ ତଦନ୍ତ ସାପେକ୍ଷ । ତେବେ କେବେ ପୋଲିସ ଏହି ଜଲ୍ଜିରା ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।