
ବଲାଙ୍ଗିର, (କେପିଏନ୍ଏସ୍) : ପୁଣି ବଲାଙ୍ଗିର ପୋଲିସ ଖୋଲା ଚ୍ୟାଲେଂଜ ବିଚ୍ ରାସ୍ତାରେ ମହିଳାଙ୍କ ବେକରୁ ଚେନ୍ ଲୁଟି ଫେରାର୍ ମାରିଛି ଲୁଟେରା । ଏଭଳି ଘଟଣା ବଲାଙ୍ଗିର ସହରର କଲେଜ ଛକ ନିକଟସ୍ଥ ଶିବଶକ୍ତି ନଗର ଡ଼ୁଙ୍ଗୁରୀପଡ଼ାରେ ଦେଖିବାକୁ ମିଳିଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ଶିବଶକ୍ତି ନଗରର ତନୁଜା ଆଚାର୍ଯ୍ୟ ହୋଇଥିବା ବେଳେ ସେ ପ୍ରତି ସୋମବାର ମନ୍ଦିର ଯାଆନ୍ତି । ଗତକାଲି ସୋମବାର ଥିଲା, ସେଥିପାଇଁ ଗତ କାଲି ସକାଳ ସମୟରେ ମଧ୍ୟ ସେ ପଡେ଼ାଶୀଙ୍କ ସହ ମିଶି ମନ୍ଦିର ଯାଇଥିଲେ । ଆଉ ମନ୍ଦିରରୁ ଫେରିବା ବେଳେ ଠିକ୍ ତାଙ୍କ ଘର ପାଖକୁ ହୋଇଥିଲେ, ଆଉ ଏତିକି ବେଳେ ପୂର୍ବରୁ ଜଗିବସିଥିବା ଲୁଟେରା ମହିଳାଙ୍କ ବେକରୁ ଚେନ୍ ଲୁଟି ଫେରାର୍ ମାରିବାରେ ସଫଳ ହୋଇଛି । ହେଲେ ଯେଉଁ ରାସ୍ତା ଦେଇ ଲୁଟେରା ଜଣକ ଦୌଡ଼ି ଦୌଡ଼ି ପଳାଇଛି, ତାହା ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି । ଏହି ଘଟଣାକୁ ନେଇ ମହିଳା ଓ ତାଙ୍କ ସ୍ୱାମୀ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଘଟଣାର ତଦନ୍ତ ପାଇଁ ଖୋଦ୍ ଆଇଆଇସି ଅବନୀ ସାହୁ ଘଟଣାସ୍ଥଳରେ ପହଂଚି ଖେଲତାଡ଼ ଆରମ୍ଭ କରିଥିଲେ । ହେଲେ ଏଠି ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯେ, ସକାଳୁ ସକାଳୁ ଜନ ଗହଳିପୂର୍ଣ୍ଣ ରାସ୍ତାରେ କାହାକୁ ଖାତିର ନ କରି ମନରେ ଟିକିଏ ବି ଭୟ ନକରି ବିଚ୍ରାସ୍ତାରେ ମହିଳାଙ୍କ ବେକରୁ ୨୦ ଗ୍ରାମ ତଥା ୨ ଲକ୍ଷଟଙ୍କାର ଚେନ୍ ଲୁଟି, ଫେରାର୍ ମାରୁଛି ଆଉ ଫେରାର୍ ମାରିବାରେ ପୁଣି ସଫଳ ହେଉଛି ଲୁଟେରା ଜଣକ, ଯେମିତିକି ପୋଲିସକୁ କିଏ ପଚାରୁଛି । ତେବେ ବଲାଙ୍ଗିର ପୋଲିସକୁ ଚ୍ୟାଲେଂଜ ଲଗାଇ ଲୁଟ୍ କରି ଫେରାର୍ ମାରିଥିବା ଲୁଟେରାକୁ ଧରିବାରେ ସଫଳ ହେବ ତ ବଲାଙ୍ଗିର ପୋଲିସ ବୋଲି ସାଧାରଣରେ ଆଲେଚାନା ହେଉଛି ।