oum

ଦାମୀ ଗାଡି ଛାଡି ଖସି ପଳାଇଲେ ଲୁଟେରା

jsm

ଉଦଳା : ୧୨ ଲକ୍ଷ ଟଙ୍କାର ଗାଡି ନେଇ ଆସି ଲୁଟ୍ କଲେ ଲୁଟେରା । ଲୁଟ୍ କରିବା ପରେ ପୋଲିସ ହାବୁଡ଼ରୁ ବଞ୍ଚିବା ପାଇଁ ବାଟ ହୁଡ଼ିଗଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଣୀବନ୍ଧ ଗଙ୍ଗାହାର ପୋଲ ଉପରେ । ସୂଚନା ଅନୁଯାୟୀ ଗଙ୍ଗାହାର ବାଉଁଶ ପୋଲ ଉପରେ ଗାଡି ପାରକରି ନ ପାରି ଲୁଟେରାମାନେ ଏକ ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଗାଡିରେ ରହିଛି ଗ୍ୟାସ କଟର, ସ୍ପ୍ରେ ଏବଂ ମାସ୍କ ଏହା ସହିତ ରହିଛି ଲୁଟେରାଙ୍କ ପିନ୍ଧା ସାର୍ଟପ୍ୟାଣ୍ଟ । ବୁଧବାର ରାତିରେ ସୋର ଥାନା ଅଞ୍ଚଳର ୨ଗୋଟି ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ବେଳେ ଏହି ଆନ୍ତଃରାଜ୍ୟ ଲୁଟେରାମାନେ ସେଠାରୁ ଲୁଟ୍ କରି ଖସି ଆସିଥିବେ ବୋଲି ସନ୍ଦେହ କରାଯାଉଛି । ବାଟ ଭୁଲି ବାଉଁଶ ପୋଲ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ଗାଡି ପାର ନହେବାରୁ ଗାଡି ଛାଡି ୫ରୁ ଅଧିକ ଲୁଟେରା ଖସି ଯାଇଛନ୍ତି । ଏହା ସହିତ ଏହି ଲୁଟେରାଙ୍କ ଅନ୍ୟ ଏକ ଦଳ ଏକ ବୋଲେରୋ ଗାଡିରେ ମଧ୍ୟ ରହିଥିବା ବେଳେ ବୁଧବାର ରାତିରେ ପୋଲିସ ଉଭୟ ଗାଡିକୁ ଧରିବାକୁ ଚେଷ୍ଟା କରିଥିବା ବେଳେ ଲୁଟେରାମାନେ ପୋଲିସକୁ ଚକମା ଦେଇ ଖସି ଯାଇଛନ୍ତି । ଲୁଟେରାମାନେ ବ୍ୟବହାର କରିଥିବା ଗାଡିର ନମ୍ବର ଝାଡ଼ଖଣ୍ଡ ଅଞ୍ଚଳର ହୋଇଥିବାରୁ ଲୁଟେରାମାନେ ଆନ୍ତଃରାଜ୍ୟ ଲୁଟେରା ହୋଇଥିବା ଏବଂ ଏଟିଏମ୍‌ରୁ ଲୁଟ୍ କରୁଥିବା ପୋଲିସ ଅନୁମାନ କରିଛି । ଖୁଣ୍ଟା ପୋଲିସ ଗାଡିକୁ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.