ସୁନା ଅଳଙ୍କାର ବ୍ୟାଗ୍‌ ଭାବି ଗ୍ୟାରେଣ୍ଟି ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଗୁଡ଼ଭେଲା : ତୁଷୁରାକୁ ବଜାର ସୌଦା ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଅଳଙ୍କାର ବ୍ୟାଗ୍‌ ଭାବି ସେ ଧରିଥିବା ବ୍ୟାଗ୍‌କୁ ଦୁଇଜଣ ଦୁର୍ବୃତ୍ତ ଲୁଟି ନେଉଥିବା ବେଳେ ଲୋକଙ୍କ ହାବୁଡ଼ାରେ ପଡ଼ି ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ଯୁବକ ସୁନା ଅଳଙ୍କାର ଭଳି ଦିଶୁଥିବା ଗ୍ୟାରେଣ୍ଟି ସାମଗ୍ରୀ ବିକ୍ରି କରିବା ପାଇଁ ତୁଷୁରା ଆସି ମୁଖ୍ୟ ଛକ ଠାରେ ଛିଡ଼ା ହୋଇଥିଲେ । ଠିକ୍‌ ଏହି ସମୟରେ ଏକ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ଉକ୍ତ ବ୍ୟବସାୟୀଙ୍କ ଠାରୁ ବ୍ୟାଗ୍‌ଟିକୁ ଛଡ଼ାଇ ଧାନଘରା ରାସ୍ତାରେ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଲୋକଙ୍କ ହାବୁଡ଼ାରେ ପଡ଼ି ବାଇକ ଛାଡ଼ି ସେମାନେ ଫେରାର୍‌ ମାରିଥିଲେ । ଖବର ପାଇ ତୁଷୁରା ପୋଲିସ ପହଂଚି ବାଇକ ଏବଂ ଗୋଟିଏ ବ୍ୟାଗ୍‌କୁ ଜବତ କରି ତଦନ୍ତ କରୁଥିବା ତୁଷୁରା ଥାନା ଅଧିକାରୀ ସଂଜୀବ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.