ଓଲଟିଲା ଲୁହାପଥର ବୋଝେଇ ଟ୍ରକ

ପାଟଣା : କଲିକତାରେ ଅନଲୋଡିଂ କରିବାକୁ ଥିବା ଏକ ଲୁହାପଥର ବୋଝେଇ ୧୨ ଚକିଆ ଟ୍ରକ ବାଉଁଶୂଳୀ – ଶରଧାପୁର ରାସ୍ତାରେ କଣ୍ଟିଆପଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓଲଟି ପଡ଼ିଛି । ଗାଡିର ଚାଳକ ପାଖ ଅଞ୍ଚଳର ହୋଇଥିବାରୁ ବିଶ୍ରାମ ପାଇଁ ଘରକୁ ଗାଡି ନେଇ ଆସୁଥିବା ବେଳେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତୁରୁମୁଙ୍ଗା ପୁଲିସ ଦୁର୍ଘଟଣାର ତଦନ୍ତ କରିଥିବା ବେଳେ ଗାଡିଟିକୁ ରାସ୍ତାରୁ ପାର୍ଶ୍ଵକୁ ଘୁଞ୍ଚାଯାଇଛି । ତେବେ କେଉଁ କାରଣରୁ ଏହି ଟ୍ରକଟି ରାସ୍ତା ଉପରେ ଓଲଟି ପଡିଲା ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.