ପଶ୍ଚିମବଙ୍ଗ : ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ସରକାର । ନୂଆ ଘୋଷଣା ଅନୁସାରେ ପୂର୍ବ ଭଳି ବସ୍, ଟ୍ରାମ୍ ଓ ଲୋକାଲ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟର ସମସ୍ତ ସ୍କୁଲ୍, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ମାର୍କେଟ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଯାଏଁ ଖୋଲା ରହିବ । ଅନ୍ୟସବୁ ନିୟମ ପୂର୍ବଭଳି ପାଳନ କରିବାକୁ ହେବ । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ । ବିବାହ ଉତ୍ସବରେ ୫୦ ଜଣ ସାମିଲ ହୋଇପାରିବେ । ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି ମିଳିବ । ପୂର୍ବରୁ ଝୋଟକଳରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉତ୍ପାଦନ ପାଇଁ ଅନୁମତି ମିଳିଥିଲା । ହେଲେ ଏଥର ଏହାକୁ ୪୦%କୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଟୀକାକରଣ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ । ପ୍ରଥମେ ରିକ୍ସାଚାଳକ, ପରିବାବାଲା, ମାଛବିକାଳି, ଦୋକାନୀମାନଙ୍କୁ ଟୀକା ଦିଆଯିବ।