oom

ଲୋୟର ସୁକତେଲ ବିସ୍ଥାପିତ ପ୍ରସଙ୍ଗ : ଥଇଥାନ କେନ୍ଦ୍ରରେ ବିସ୍ଥାପିତଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦିଆଯାଉ – ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ଘ.୪ଟା ୩୦ମି.ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଥଇଥାନ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ପ୍ରକଳ୍ପ, ଥଇଥାନ ଓ ପୁନର୍ବାସ ଅଧିକାରୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ସେଠାରେ ବିସ୍ଥାପିତଙ୍କ ପାଇଁ କରାଯାଇଥିବା ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ତିନି ବର୍ଷ ପୂର୍ବେ ବସିଥିବା ଥଇଥାନ ଓ ପୁନର୍ବାସ କମିଟି ବୈଠକରେ ଥଇଥାନ କେନ୍ଦ୍ରରେ ବିସ୍ଥାପିତଙ୍କ ପାଇଁ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ଭୁଲ ତଥ୍ୟ ପ୍ରଦାନ କରାଯାଇଥିଲା । ଯାହାକି ସେ ସମୟରେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବର୍ତ୍ତମାନର ବିଧାୟକ ନରସିଂହ ମିଶ୍ର ଥଇଥାନ କରାଯାଇଥିବା ଲର୍କିପାଲି ସ୍ଥିତ ଅଂଚଳକୁ ତତ୍‌କାଳୀନ ଅଧିକାରୀମାନଙ୍କ ସହ ପରିଦର୍ଶନରେ ଯାଇ ସମସ୍ତ ତଥ୍ୟ ଭୁଲ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ବର୍ତ୍ତମାନ ମଧ୍ୟ ଏତେ ବର୍ଷ ପରେ ଆଜି ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯାଉଥିବା କଲୋନି ମାନଙ୍କରେ ରାସ୍ତା, ପାନୀୟ ଜଳ, ବିଜୁଳି ବ୍ୟବସ୍ଥା ହୋଇନାହିଁ । ଗୋଟିଏ ପଟରେ ଯୁଦ୍ଧକାଳୀନ ଭିତ୍ତିରେ ବୁଡି ଅଂଚଳରୁ ଲୋକଙ୍କୁ ବିସ୍ଥାପିତ କରାଯାଉଛି, କିନ୍ତୁ ସରକାର ସେମାନଙ୍କୁ ଥଇଥାନ କରିଥିବା ଅଂଚଳରେ ସେମାନଙ୍କ ପାଇଁ କୌଣସି ପ୍ରକାର ମୌଳିକ ସୁବିଧା ନାହିଁ । ଏପରିକି ଆଜି ପର୍ଯ୍ୟନ୍ତ ସେଠାରେ ସ୍କୁଲ ଗୃହ ନିର୍ମାଣ ହୋଇନାହିଁ । ଯଦି ସମସ୍ତ ଲୋକଙ୍କୁ ଏକକାଳୀନ ବୁଡି ଅଂଚଳରୁ ବିସ୍ଥାପିତ କରାଯାଏ । ତେବେ ତାଙ୍କ ସନ୍ତାନ ସନ୍ତତିମାନେ ତାଙ୍କ ଶିକ୍ଷା କେଉଁ ସ୍କୁଲରେ ଗ୍ରହଣ କରିବେ କାହାକୁ ଜଣାନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ କହିଥିଲେ । ଉପସ୍ଥିତ ଥିବା ସୁକତେଲ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ.ପାଣିଗ୍ରାହୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାରନାଗ ଭୂଷଣ ତଥା ପୁନର୍ବାସ ଓ ଥଇଥାନ ବିଭାଗର ଜୋନ ଅଧିକାରୀ କେତେ ଦିନ ଭିତରେ ସମସ୍ତ ଲୋକଙ୍କୁ ତାଙ୍କର ମୌଳିକ ଅଧିକାର ଯଥା ପିଇବା ପାଣି, ବିଜୁଳି, ରାସ୍ତା ତଥା ଶିକ୍ଷା ଗ୍ରହଣ କରିବା ପାଇଁ ସ୍କୁଲର ବନ୍ଦୋବସ୍ତ କରି ପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଉପସ୍ଥିତ ଥିବା ଅଧିକାରୀମାନେ ୧୫ ଦିନ ଭିତରେ ଏହି ସବୁ କାର୍ଯ୍ୟ ଆରମ୍ଭ ହୋଇ ଶୀଘ୍ର ସମାପ୍ତ ହେବାର ନିର୍ଭର ପ୍ରତିଶୃତି ଦେଇଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ରାଜିବ କିଶାନ, ପୁନର୍ବାସ ଓ ଥଇଥାନ ଯନ୍ତ୍ରୀ ପ୍ରଫୁଲ୍ଲ ବୁଦୁଲା, ପୁନର୍ବାସ ଓ ଥଇଥାନ ବିଭାଗରେ ଜୋନ ଅଧିକାରୀ ନୂତନ ସେଠଙ୍କ ସମେତ ସେଠାରେ ଥଇଥାନ ହେବାକୁ ଥିବା ବିସ୍ଥାପିତମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.