oom

ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ଖୁଣ୍ଟପାଲି ଗ୍ରାମର ବିସ୍ଥାପିତଙ୍କୁ ଘର ଡିହ ପଟ୍ଟା ବଂଟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ଖୁଣ୍ଟପାଲି ଗ୍ରାମର ବିସ୍ଥାପିତଙ୍କୁ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀ ନିମନ୍ତେ ଘର ଡିହ ପଟ୍ଟା ବଂଟନ କରାଯାଇଛି । ଆଜି ଲୋୟର ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଂଚଳ ରାଣା ଉପସ୍ଥିତ ରହି ଖୁଂଟପାଲି ଗ୍ରାମର ୫୦ ଜଣ ବିସ୍ଥାପିତଙ୍କୁ ଘର ଡିହ ପଟ୍ଟା ବଂଟନ କରିଥିଲେ । ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପନରେ ସହଯୋଗ କରିଥିବାରୁ ବିସ୍ଥାପିତ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଦେବା ସହ ଖୁଂଟପାଲି ଗ୍ରାମର ୨୮୬ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ପ୍ରଦାନ ନିମନ୍ତେ ମଂଜୁର ହୋଇଯାଇଛି ଏବଂ ତନ୍ମଧ୍ୟରୁ ୧୭୧ ବିସ୍ଥାପିତଙ୍କ ଘର ଡିହ ପଟ୍ଟା ପ୍ରସ୍ତୁତ ହୋଇସାରିଛି ବୋଲି ସେ ପ୍ରକାଶ କରିଥିଲେ । ମଂଜୁର ହୋଇଥିବା ଅବଶିଷ୍ଟ ଘର ଡିହ ପଟ୍ଟା ପ୍ରସ୍ତୁତି ଚାଲିଛି ଓ ଏହା ପର୍ଯ୍ୟାୟ କ୍ରମେ ବଂଟନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପୁନର୍ବାସ ଓ ଥଇଥାନ କଲୋନୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ମୌଳିକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ପ୍ରକାଶ କରିବା ସହ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀକୁ ଜଳଯୋଗାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ପକ୍ଷରୁ ୨ କୋଟି ୯୨ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ଏବଂ ଖୁବ୍‌ଶୀଘ୍ର ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ । ଏହି ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.ନିରଂଜନ ରାଉତ, ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ପୁନର୍ବାସ ଓ ଥଇଥାନ ନିର୍ବାହୀ ଯନ୍ତ୍ରୀ ଇଂ.ଜିତେନ୍ଦ୍ର ପାଣିଗ୍ରାହୀ, ଡେମ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଇଂ.ନିର୍ବିଘ୍ନ ଭୋଇଙ୍କ ସମେତ ଜୋନ୍‌ ଅଫିସର ଓ ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.