oom

ଲୋଇସିଂହାରେ ଅମୃତ ମହୋତ୍ସବ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ବର୍ଷ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ସପ୍ତାହ ପୂର୍ବରୁ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ସ୍ଥାନୀୟ ଯୁବ ସ୍ବେଛାସେବୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ନେହେରୁ ଯୁବାକେନ୍ଦ୍ର, ବଲାଂଗିର ଓ ସୁରସଙ୍ଗମ ସାଂସ୍କୃତିକ ସଂସଦ, ଲୋଇସିଂହାର ମିଳିତ ଆନୁକୂଲ୍ୟରେ ଅମୃତ ମହୋତ୍ସବ ଆୟୋଜିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଅଧିକାରୀ ଏଭି ନରସିଂହା ଟିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କାହ୍ନୁଚରଣ ଦର୍ଜି, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଗୀତାଞ୍ଜଳି ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ତୋଷାଳି ଆଶା ଦର୍ଜି ଯୋଗଦେଇ ଭାରତ ସ୍ୱାଧୀନତାର ୭୫ ବର୍ଷର ଅନାଲୋଚିତ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମନୀଷା ସାହୁ, ଅର୍ପିତା ନାଗ ଓ ସସ୍ମିତା ବଡ଼ପଣ୍ଡାଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜସେବୀ ସରୋଜ ମହାକୁର କାର୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିବପ୍ରସାଦ ସାହୁ, ସୁବ୍ରତ ନାୟକ, ଆକାଶ ଦଳେଇ, ବଳିୟାର ସିଂ ପ୍ରମୁଖ ସହଯୋଗ କରିଥିଲେ । ଆଶିଷ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.