କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : କବୟିତ୍ରୀ ଲୋପାମୁଦ୍ରା ଜେନା ଜଣେ ସୁଲେଖିକା ଏବଂ କବୟିତ୍ରୀ ଭାବରେ ରାଜ୍ୟରେ ସୁପରିଚିତ । ଭାଷା ସାହିତ୍ୟକୁ ଅବଦାନ ପାଇଁ ଭାରତ ସରକାରଙ୍କ ଅନୁମୋଦିତ ଲିଜେଣ୍ଡାରୀ ପିସ୍ ଆୱାର୍ଡ଼ କାଉନସିଲ ତରଫରୁ ନୂଆଦିଲ୍ଲୀ ଠାରେ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଅଛି । ଶ୍ରୀମତୀ ଜେନା ରାଉରକେଲା ବ୍ୟାଙ୍କ ଅଫ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ଉତ୍ତମ ଜେନାଙ୍କ ପତ୍ନୀ । ସେ ଯାଜପୁର ଜିଲ୍ଲା, ବରୀ ଥାନା ଅନ୍ତର୍ଗତ କମ୍ପଗଡ ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ବରୀ ନାଥପୁରର ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ବ୍ରଜ ମୋହନ ସାମଲ ଏବଂ ମାତା ସେବାଶ୍ରୀ ସାମଲଙ୍କ ଜେଷ୍ଠା କନ୍ୟା ଅଟନ୍ତି । ଶ୍ରୀମତୀ ଜେନାଙ୍କର ଅନେକ ଗଳ୍ପ ଓ କବିତା ମଧ୍ୟରୁ ନିଷିଦ୍ଧ କୋଠରୀ, ହୃଦୟର ବେଳାଭୂମି, ନଈ ଓ ନାରୀ ଏବଂ ଅନ୍ୟାନ୍ୟ ବହି ଗୁଡ଼ିକ ସାହିତ୍ୟପ୍ରେମୀ ମାନଙ୍କ ମଧ୍ୟରେ ବିଶେଷ ଆଦୃତି ଲାଭ କରିଛି । ଶ୍ରୀମତୀ ଜେନା ଡକ୍ଟରେଟ ପାଇଥିବାରୁ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.