ବଲାଙ୍ଗିର, (କେପିଏନ୍ଏସ୍) : ଆଜି ତୁଷୁରା ଥାନା ଅନ୍ତର୍ଗତ ଚାଁଟିମୁଣ୍ଡା ପାଖ ଫଟ୍କରା ଗାଁର ଏସ୍ଏଚ୍ଜି ମା’ମାନେ ବଲାଙ୍ଗିର ସହର କଲେଜ୍ଛକ ନିକଟରେ ଥିବା ଇଣ୍ଡାଆନ୍ ଓଭର୍ସିଜ୍ ବ୍ୟାଙ୍କରୁ ଋଣ ରାଶି ୨ ଲକ୍ଷ ଟଙ୍କା ଉଠାଇ ନୂତନ ବସ୍ ଷ୍ଟେସନକୁ ବସ୍ ଧରିବା ପାଇଁ ଆସିବା ସମୟରେ ଦୁଇ ଜଣ ଲୁଟେରା ସେମାନଙ୍କଠାରୁ ଝାଂପି ନେଇଛନ୍ତି ଟଙ୍କା ବ୍ୟାଗ୍ । ଏନେଇ ଏସ୍ଏଚ୍ଜି ଗ୍ରୁପର ମା’ମାନେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଏସ୍ଏଚ୍ଜି ଗ୍ରୁପ୍ର ଜଣେ ସଦସ୍ୟା ରୀତା ମଲ୍ଲିକ କହିଛନ୍ତି ଯେ, ସେମାନେ ବସ୍ ଧରିବା ପାଇଁ ନୂତନ ବସ୍ ଷ୍ଟେସନ୍କୁ ଯିବା ସମୟରେ ଲୁଟେରାମାନେ ଟଙ୍କା ବ୍ୟାଗ୍ ଝାଂପି ନେଇ ଫେରାର୍ ହୋଇଯାଇଥିଲେ । ଲୁଟେରାମାନଙ୍କୁ ଧରିବା ପାଇଁ ମା’ମାନେ ଚେଷ୍ଟା କରିଥିଲେ ସୁଦ୍ଧା ସେମାନେ ଚଂପଟ ମାରି ଦେଇଥିଲେ ।
Prev Post
Next Post