ମନ୍ଦିରରୁ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ୍ ଏବେ କମିଶନରେଟ୍ ପୋଲିସ କବ୍‌ଜାରେ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ମନ୍ଦିରରୁ ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ୍ ଏବେ କମିଶନରେଟ୍ ପୋଲିସ କବ୍‌ଜାରେ ଥିବା ଜଣାପଡିଛି । ୪ ଲୁଟେରାଙ୍କ ସମେତ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ବ୍ୟବସାୟୀ ଜଣଙ୍କ ଲୁଟେରାଙ୍କ ଠାରୁ ଚୋରି ସାମଗ୍ରୀ କିଣୁଥିଲେ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଏହି ଲୁଟେରା ଗ୍ୟାଙ୍ଗ୍ ପୁରୀର ବିଭିନ୍ନ ମନ୍ଦିରରୁ ଲୁଟ୍ କରୁଥିଲେ । ସେମାନଙ୍କ ନିକଟରୁ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି, ଗହଣା, ଟଙ୍କା ଓ ପିତ୍ତଳ ସାମଗ୍ରୀ ଜବତ ହୋଇଛି । ତେବେ ଏହି ଗ୍ୟାଙ୍ଗ୍‌ର ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଅଛନ୍ତି । ଖୁବ୍ ଶୀଘ୍ର ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଧରିବ ବୋଲି କହିଛି ।

Leave A Reply

Your email address will not be published.