ଏଚ୍‌ପି ଗ୍ୟାସ୍‌ ଗୋଦାମ୍‌ର କର୍ମଚାରୀ ଠାରୁ ଲୁଟି ନେଲେ ଲୁଟେରା

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଥାନା ସ୍ଥିତ ବାନ୍ଦୁପଲା ଠାରେ ଥିବା ବେହେରା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ (ଏଚପି ଗ୍ୟାସ) ଗୋଦାମର କାର୍ୟ୍ୟରତ କର୍ମଚାରୀ ପାଖରୁ ପ୍ରାୟ ୧,୬୯,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଧରା ପଡ଼ିଛି ଗୋଟିଏ ଲୁଟେରା । ରାତି ପ୍ରାୟ ୯ ଟା ସମୟ ବେଳକୁ ଗ୍ୟାସ ଗୋଦାମର ଅଫିସ ବନ୍ଦ କରି ମୁଖ୍ୟ ଫାଟକରେ ତାଲା ପକାଉଥିବା ସମୟରେ କର୍ମଚାରୀ ହରିକିଶନ ଚନ୍ଦନଙ୍କ ପାଖରୁ ତିନି ଜଣ ଦୁର୍ବୃତ୍ତ ଦୁଇଟି ଗାଡ଼ିରେ ଆସି ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ଲାଲ ରଙ୍ଗର ହୋଣ୍ଡା ପାସନ୍ ପ୍ରୋ ଗାଡ଼ିରେ ବସିଥିବା ଦୁର୍ବୃତ୍ତ ଜଣକ ହରିକିଶନଙ୍କ ଟଙ୍କା ବ୍ୟାଗକୁ ଝାଂପି ନେଇ ଅନ୍ୟ ଦୁଇ ଜଣକ ଉପରକୁ ଫିଙ୍ଗି ଦେଇଥିଲା । ଦୁଇ ଦୁର୍ବୃତ୍ତ ଟଙ୍କା ନେଇ ଫେରାର ମାରିଥିବା ସମୟରେ ଲୁଟି ଥିବା ଲୁଟେରା ହରିକିଶନଙ୍କ ଉପଯୁକ୍ତ ବୁଦ୍ଧିମତା ବଳରେ ଧରା ପଡ଼ିଥିଲା । ପାଟି ତୁଣ୍ଡ ଶୁଣି ସେହି ରାସ୍ତାରେ ଯାଉଥିବା ଲୋକେ ଅଟକି ଲୁଟେରାକୁ ମାଡ଼ ମାରି ବାଇକ୍ ସହ ଲୁଟେରାକୁ ଟିଟିଲାଗଡ ପୋଲିସ ଷ୍ଟେସନକୁ ଆଣିଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ ଲୁଟେରାର ପରିଚୟ ବଲାଙ୍ଗିର ସଦର ଥାନା ଅଞ୍ଚଳର ପ୍ରଶାନ୍ତ ନନ୍ଦ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଦେଓଗାଁ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି । ବାକି ଦୁଇ ଦୁର୍ବୃତ୍ତର ସନ୍ଧାନ କରିବାରେ ପୋଲିସ ତନାଘନା ତଦନ୍‌ନ୍ତ ଜାରି ରଖିଥିବା ସୂଚନା ରହିଛି ।

Leave A Reply

Your email address will not be published.