ସୋର ସବିରା ବଜାରରେ ସିରିଜ୍‌ ଲୁଟ୍‌ ଅଭିଯୋଗ

ସୋର : ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରୁ ଲୁଟ୍‌ । ଏକାଥରକେ ୯ଟି ଦୋକାନରୁ ହୋଇଛି ଚୋରି । ଘଟଣାସ୍ଥଳରେ ପୋଲି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସବିରା ଷ୍ଟେସନ ବଜାରରୁ ଏକାଥରକେ ୯ଟି ଦୋକାନରୁ ଚୋରି ହୋଇଛି । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏପିରିକି ଦୋକାନର ଚାବି ଭାଙ୍ଗିବା ସହ କ୍ୟାମେରା ଭାଙ୍ଗି ଦେଇଥିବା ସିସିଟିଭିରେ କଏଦ ହୋଇଛି । ଦୋକାନରୁ କ୍ୟାସ୍‌ ବକ୍ସ ବି ଚୋର ନେଇଯାଇଥିବା ଜଣାପଡିଛି । ଯେଉଁଥିରେ ପ୍ରାୟ ୫୦ ହଜାର ଟଙ୍କା ଥିବା ଜଣାପଡିଛି । ତେବେ ଲୁଟ୍‌ ହୋଇଥିବା ଦୋକାନ ମଧ୍ୟରେ ଷ୍ଟେସନାରୀ, ଭେରାଇଟୀ ଷ୍ଟୋର, ପାନ ଦୋକାନ, ସେଲୁନ ଆଦି ରହିଛି । ଏପିରିକି ଭିନ୍ନକ୍ଷମଙ୍କ ଦୋକାନ ବି ରହିଛି । ଯେଉଁଥିରୁ ହାତ ସଫେଇ କରିଦେଇଛନ୍ତି ଲୁଟେରା ।

Leave A Reply

Your email address will not be published.