oom

ମୋଟର ସାଇକେଲ ଲୁଟ ଘଟଣାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋଟର ସାଇକେଲ ଲୁଟ୍‌ ଘଟଣାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଛନ୍ତି ଏସ୍‌ଡିପିଓ ତୋଫାନ ବାଗ୍‌ । ସୂଚନା ଅନୁସାରେ ଗତ ୭ ତାରିଖ ଦିନ ପ୍ରାୟ ଅପରାହ୍ନ ୫ଟା ସମୟରେ ସ୍ଥାନୀୟ ମହାଲକ୍ଷ୍ମୀନଗର ନିବାସୀ ତଥା ରେନ୍‌ସା ୟୁପି ସ୍କୁଲ ଶିକ୍ଷକ ଅରୁଣ କୁମାର ନାଏକ ତାଙ୍କ ସ୍କୁଲରୁ ଫେରୁଥିବା ସମୟରେ ବିଷ୍ଣୁମୁଣ୍ଡାର କବରଖାନା ନିକଟରେ ଦୁଇଜଣ ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରି ତାଙ୍କ ମୋଟର ସାଇକେଲ(ଓଆର୍‌-୩୧-୬୫୪୭) ଲୁଟ କରି ନେଇଥିଲେ । ତେବେ ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଅଭିଯୋଗ ପାଇ କେସ୍‌ ନଂ ୩୩୩/୨୨ ଦଫା ୩୯୪ ଆଇପିସି ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଆଜି କଦମପଡାର ସୁରତ ଓରଫ୍‌ ଲୁକୁ କୁଅଁର(୨୫) ଓ ବିଷ୍ଣୁମୁଣ୍ଡାର ରୋହିତ ବାଗ୍‌(୨୪)ଙ୍କୁ ପୋଲିସ ଗିରଫ କରିଥିବା ସହ ଲୁଟ ମୋଟର ସାଇକେଲ ଉଦ୍ଧାର କରିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.