oom

ଲୁଟ୍‌ ଘଟଣାରେ ୬ ଜଣ ଲୁଟେରାଙ୍କୁ ଗିରଫ୍‌ କଲା ଟାଉନ୍‌ ଥାନା ପୋଲିସ, ୫ ହଜାର ଟଙ୍କା ଜବତ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟ୍‌ ଘଟଣାରେ ୬ ଜଣ ଲୁଟେରାଙ୍କୁ ଟାଉନ୍‌ ପୋଲିସ ଗିରଫ୍‌ କରିଥିବା ବେଳେ ସେମାନଙ୍କଠାରୁ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ରୁଗୁଡ଼ିପଡ଼ା ନିବାସୀ ଚନ୍ଦ୍ରଚୂଡ଼ ପଣ୍ଡା ବଲାଙ୍ଗିର-ଟିଟିଲାଗଡ଼ ରୋଡ଼ରେ ଯାଉଥିବା ବେଳେ ବିଜାଖମନ୍‌ ପାଖରେ ସାତ ଆଠ ଜଣ ଲୁଟେରା ତାଙ୍କୁ ଅଟକାଇ ଆକ୍ରମଣ କରିବା ସହ ତାଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟି ନେଇଥିବା ସଂପର୍କରେ ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ଟାଉନ୍‌ ପୋଲିସ କେସ୍‌ ନଂ.୪୫/୨୯.୦୧.୨୦୨୨, ଦଫା ୩୯୫ ଆଇପିସି. ଆଧାରରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଆଜି ସଂପୃକ୍ତ ଲୁଟେରାମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ୍‌ କରାଯାଇଥିବା କୁହାଯାଇଛି । ଗିରଫ୍‌ ଲୁଟେରାମାନେ ହେଲେ ସ୍ଥାନୀୟ ରାଜୀବନଗରର ଯଶୋବନ୍ତ ମହାନ୍ତି ଓରଫ୍‌ ବ୍ରହ୍ମା(୨୦), ରୋସନ ସେଠ(୨୧), ଇନ୍ଦିରାନଗରର ଟିଙ୍କୋଡେ଼ା ଓରଫ୍‌ ସୁରଜ ପର୍ଡିଆ(୨୩), କାହ୍ନା ପର୍ଡିଆ ଓରଫ ଭୂବନ ପର୍ଡିଆ(୨୧), କଂସାରୀପଡ଼ାର ଚିଣ୍ଟୁ କରନ ଓରଫ୍‌ କଲ୍‌ତା(୨୦) ଓ ଲକ୍ଷ୍ମୀନଗରପଡ଼ାର ସିଟୁ ସ୍ୱାଇଁ(୨୦) । ଗିରଫ୍‌ ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୫ ହଜାର ଟଙ୍କା ଜବତ୍‌ କରିଥିବା ସୂଚନାରେ କୁହାଯାଇଛି । ତେବେ ଯେଉଁ ଅଭିଯୁକ୍ତ ପାଖରେ ଲୁଟ୍‌ ଟଙ୍କା ରହିଛି, ସେ ଏ ପର୍ୟ୍ୟନ୍ତ ଫେରାର୍‌ ଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.