ହାଇଡ୍ରା ଫେସିଆଲ୍‌ ଏଣ୍ଡ୍‌ ମେକ୍‌ଅପ୍‌ ମାଷ୍ଟର୍‌ କ୍ଲାସ୍‌ ‘ଲୁକ୍‌ ଏଣ୍ଡ ଲାର୍ଣ୍ଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାରୱାଡ଼ି ସଦନଠାରେ ହାଇଡ୍ରା ଫେସିଆଲ୍‌ ଏଣ୍ଡ୍‌ ମେକ୍‌ଅପ୍‌ ମାଷ୍ଟର୍‌ କ୍ଲାସ୍‌ ‘ଲୁକ୍‌ ଏଣ୍ଡ ଲାର୍ଣ୍ଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରିଙ୍କି ମେକ୍‌ଅପ୍‌ ଷ୍ଟୁଡ଼ିଓର ପରିଚାଳିକା ବିଉଟିସିଆନ୍‌ ପିଙ୍କିରାଣୀ ଶତପଥୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ସେଡେ଼ସ୍‌କୋ ସାର୍‌ଟିଫାଏଡ଼୍‌ ଇନ୍‌ଟର୍‌ନେସନାଲ୍‌ ମେକ୍‌ଅପ୍‌ ଆର୍‌ଟିଷ୍ଟ ଏଣ୍ଡ ସ୍କିନ୍‌ ଏସ୍‌ଥାଟିସିଆନ୍‌ ସ୍ନିଗ୍ଧା ପାଢ଼ୀ ଯୋଗଦାନ କରି କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଦାନ କରିଥିଲେ । ଏଥିରେ ବଲାଙ୍ଗିର ସହରର ୫୦ରୁ ଅଧିକ ମହିଳା ଯୋଗଦାନ କରି ଉପକୃତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!