କଟକ, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡ଼ା ଏବଂ ସୁନାବେଶ ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ” ବାହୁଡା଼ ବ୍ରହ୍ମ ଆଧ୍ୟାତ୍ମିକ ଲୋକ ମହୋତ୍ସବ ଦୋଳ ମୁଣ୍ଡେଇ, ଚାନ୍ଦିନଚୌକ ଏବଂ ରାଣୀହାଟଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ସାହିତ୍ୟ ସେବା ଏବଂ ସଂସ୍କୃତି ସମ୍ମୀଳିତ ନିଆରା ପରମ୍ପରାରେ ଆୟୋଜିତ ରାଜ୍ୟସ୍ତରୀୟ ୭୨ତମ କାର୍ଯ୍ୟକ୍ରମ । ଦୋଳ ମୁଣ୍ଡେଇ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟିକ ଏବଂ କଣ୍ଠଶିଳ୍ପୀମାନେ ତିନି ରଥ ସମ୍ମୁଖରେ ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରିଥିଲେ । କବି କବୟିତ୍ରୀମାନେ କବିତା ପାଠ କରିଥିଲେ । ଅତିଥି ବୃନ୍ଦ ଆଧ୍ୟାତ୍ମିକ ଭବନାରେ ବାହୁଡା ଯାତ୍ରା ଏବଂ ସୁନାବେଶ ମହିମାକୁ ବ୍ୟାଖ୍ୟା କରିଥିଲେ । କୁନି ପ୍ରତିଭା ନୃତ୍ୟ ଏବଂ ଜଗନ୍ନାଥ ଜଣାଣ ଗାନ କରି ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ଭାବେ ଡ. ନୀଳକଣ୍ଠ ରାଉତ , ଶିକ୍ଷାବିତ ବ୍ରହ୍ମାନନ୍ଦ ମହାନ୍ତି ସଭାପତି ଉତ୍କଳ ଗ୍ରାମ୍ୟ ସ୍ୱରାଜ, ଗୋଦାବରୀଶ ଦାସ ନବ କିଶୋର ସାମନ୍ତରାୟ, ଡ଼କ୍ଟର ଲକ୍ଷ୍ମଣ ସାହୁ, ବିରେନ୍ଦ୍ର କୁମାର ଜେନା, ଭଗବତୀ ଖଟୁଆ, ଅଜୟ କୁମାର ପଣ୍ଡା, ରଜ କିଶୋର ସ୍ୱାଇଁ, ସୁରେନ୍ଦ୍ର ମହାପାତ୍ର, ଡ଼କ୍ଟର ପ୍ରିୟମ୍ବଦା ଦାସ, ବୈଷ୍ଣବ ଚରଣ ଲେଙ୍କା, କୃଷ୍ଣ ଚନ୍ଦ୍ର ପତି, ସଂହିତା ଜେନା, ଅମିତା ମହାନ୍ତି, ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ , ସୁଧାଶ୍ରୀ ପଣ୍ଡା, ଅପରାଜିତା ପରିଡ଼ା ଯୋଗଦାନ କରିଥିଲେ । ଶତାଧିକ ପୋଲିସ ଅଧିକାରୀ ଏବଂ ସାମାଜିକ ସେବା ଅଧିକାରୀଙ୍କୁ ବାହୁଡ଼ା ବ୍ରହ୍ମ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ସାହିତ୍ୟିକ ସାହିତ୍ୟିକାମାନଙ୍କୁ ବାହୁଡ଼ା ବ୍ରହ୍ମ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ଲେଖକ ଅଜୟ କୁମାର ପଣ୍ଡାଙ୍କ ” ଜୀବନ ଜିଇଁବାକୁ ” ପୁସ୍ତକର ଶୁଭ ଉନ୍ମୋଚନ କରାଯାଇଥିଲା । ଶୁଭବ୍ରତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।