ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ବଲାଙ୍ଗିର ଲୋକଉତ୍ସବ : ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ୨୧ତମ ବଲାଙ୍ଗିର ଲୋକଉତ୍ସବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ପରେ ବଲାଙ୍ଗିର ଲୋକଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସ୍ଥାନକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ମିଳିତ ଭାବେ ପରିଦର୍ଶନ କରି ଚାଲୁଥିବା କାମ ଗୁଡ଼ିକର ତଦାରଖ କରିଛନ୍ତି । କୋଶଳ କଳାମଣ୍ଡଳ ପଡିଆରେ ଦେଖଣାହାରୀଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇବା ତଥା କୋଶଳ କଳାମଣ୍ଡଳ ପଡିଆରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଉଭୟ ପ୍ରଶାସନିକ ଅଧିକାରୀ । ଆସନ୍ତାକାଲି ସକାଳୁ ମଞ୍ଚ ପୂଜା ପରେ ଆରମ୍ଭ ହେବ ୨୧ତମ ଲୋକ ଉତ୍ସବର ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ।

Leave A Reply

Your email address will not be published.