କାଏଲ୍‌ ଠାନୁ ମୂଲ୍‌ ହେବା ବଲାଙ୍ଗିର ଲୋକଉତ୍ସବ : ସଜେଇ ହେଲାନ’ କୋଶଳ କଳାମଣ୍ଡଳ, ଗୁଡେ ଘୁଲ୍‌ଘୁଲା ବାନ୍ଧ୍‌ଲାନ’ କଳାକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କାଏଲ୍‌ ଠାନୁ ମୂଲ୍‌ ହେବା ବଲାଙ୍ଗିର ଲୋକଉତ୍ସବ : ସଜେଇ ହେଲାନ’ କୋଶଳ କଳାମଣ୍ଡଳ, ଗୁଡେ଼ ଘୁଲ୍‌ଘୁଲା ବାନ୍ଧ୍‌ଲାନ’ କଳାକାର । ବଲାଙ୍ଗିର ଜିଲ୍ଲା ପ୍ରଶାସନ୍‌ ବି ପ୍ରସ୍ତୁତ ହେଇ ସାର୍‌ଲାନ’ । ଗଲା କାଲି ବେଲ୍‌ବୁଡ଼ାକେ ଜିଲ୍ଲା ପ୍ରଶାସନ୍‌ ତରଫ୍‌ ନୁ ସାମ୍ବାଦିକ୍‌ ସମ୍ମିଳନୀ ଡାକି ଖୋବ୍‌ ଉସ୍‌ନାକେ ବଲାଙ୍ଗିର ଲୋକଉତ୍ସବ ଆୟୋଜିତ ହେବା ବଲି କହିଛନ୍‌ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ ଲମ୍ବୋଦର ଧରୁଆ । କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର୍‌ ଅମୃତମଏ ମଏଦାନ୍‌ କୋଶଳ କଳାମଣ୍ଡଳ ଦୁଲ୍‌କିଯିବା କାଏଲ୍‌ ଠାନୁ ୨୪ ତାରିଖ୍‌ ତକ୍‌ । ୫ ଦିନ୍‌ ତକ୍‌ ଜାରି ରହେବା ଭିନେ ଭିନେ କାର୍ଯ୍ୟକ୍ରମ । ପହେଲା ଦିନେ ବଡ଼୍‌ଗଖା ସାଂସ୍କୃତିକ ଶୋଭାଯାତ୍ରା ଥି ସାମିଲ୍‌ ହେବେ ହଜାର୍‌ ହଜାର୍‌ କଳାକାର୍‌ । ଦୁଇ ପହରୁ ପୁର୍‌ନା ମଚାନ୍‌ ଥି ଆରମ୍ଭ୍‌ ହେବା କବିତା ଆସର୍‌ । ବେଲ୍‌ବୁଡ଼ା କେ ଉଦ୍‌ଘାଟନୀ ସଭା ଉତ୍‌ରୁ ଭରପୁର୍‌ ସାଂସ୍କୃତିକ କାର୍ଯ୍ୟକ୍ରମ । ବଲାଙ୍ଗିର ଜିଲ୍ଲାର ଗୁର୍‌ଦୁ ସାଂସ୍କୃତିକ ଅନୁଷ୍ଠାନ ମାନ୍‌କର୍‌ ସାଂଗେ ଆସାମ୍‌ର ବିହୁ ଆର୍‌ ତିଆ, ରାଜସ୍ଥାନର ଘୁମର୍‌ ଆର୍‌ ଫଗୁ ନୃତ୍ୟ, ମଧ୍ୟପ୍ରଦେଶର ବଧାଇ ଆର୍‌ ନୋର୍‌ତା, କୋରାପୁଟ୍‌ର ଢେମ୍‌ସା, ପଂଜାବ୍‌ର ଝଂଡ଼ୁଆ ଆର୍‌ ଭାଙ୍ଗ୍‌ଡ଼ା, ରାୟଗଡ଼ାର ସାନ୍ତାଲି ନୃତ୍ୟ ଥି ଫି’ ଦିନ୍‌ ବେଲ୍‌ବୁଡ଼ାକେ ଦୁଲ୍‌କିଯିବା ମଚାନ୍‌ । ୫ ଦିନ୍‌ ତକ୍‌ ସକାଲୁ ୯ ବଜେ ନୁ କାର୍ଯ୍ୟକ୍ରମ ମୂଲ୍‌ ହେବା ପୁରୁନା ମଚାନ୍‌ ଥି । ଭିନେ ଭିନେ ପ୍ରତିଯୋଗାତା ଥି ଭାଗ୍‌ନେବେ ଶହ ଶହ କଳାକାର । ଉସତ୍‌ ଉସ୍‌ନାକ୍‌ ଥି ଉଲ୍ଲସିତ୍‌ ହେବା ବଲାଙ୍ଗିର୍‌ ସହର୍‌ । ଫି’ ବେଲ୍‌ବୁଡ଼ା କେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଘୋ ନୁ ସାଧାରଣ୍‌ ସଭା ହେବା ଆର୍‌ ଇଥି ଓଡ଼ିଶାର ବଛା ବଛା ମନ୍ତ୍ରୀ, ବିଧାୟକ, ସାଂସଦ ଆର୍‌ ଲୋକ୍‌ ପ୍ରତିନିଧି ସାଙ୍ଗେ ନାଁକରା କଳାକାର ମଂଚାସୀନ ହେବେ । ଆସୁନ୍‌, ସଭେ ସାମିଲ୍‌ ହେମା ୨୧ତମ ବଲାଙ୍ଗର ଲୋକ ଉତ୍ସବ ନେ ଆର୍‌ ନିଜ୍‌କେ ଧଏନ୍‌ କର୍‌ମା, ମାଁ ମାଏଟ୍‌ କେ ଉଲ୍‌ଗି ହେମା ।

Leave A Reply

Your email address will not be published.