ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ପାର୍ଲାମେଣ୍ଟ ଭବନରେ ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ବରଗଡ ସଂସଦୀୟ କ୍ଷେତ୍ରର ଅନେକ ଜନ ସମସ୍ୟା ବିଷୟରେ ସାଂସଦ ପ୍ରଦୀପ ବାଚସ୍ପତିଙ୍କୁ ଅବଗତ କରିଥିଲେ । ଗତ ଲୋକସଭା ନିର୍ବାଚନ ସମୟରେ ପୂର୍ବତନ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବରଗଡ ମଣ୍ତଳୀ ନିର୍ବାଚନକୁ ପ୍ରଚାର ପାଇଁ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଚସ୍ପତିଙ୍କୁ ପ୍ରଭୃ ନୃସିଂହନାଥ ମହାପ୍ରଭୁଙ୍କ ଏକ ଫଟୋଚିତ୍ର ଉପହାର ଦେଇଥିଲେ ।

Leave A Reply

Your email address will not be published.