ଲୋକସଭାର ଉପନେତା ହେଲେ ଗୌରବ ଗୋଗଇ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ. ସି ବେଣୁଗୋପାଳ ଏନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପନେତା ପଦ ଦେବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ସଚେତକ ଓ ଦୁଇ ଜଣ ସଚେତକଙ୍କ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.