ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଗବେଷଣା ଧର୍ମୀ ପୁସ୍ତକ କୋଶଲ ସଂସ୍କୃତିର କଥା ‘ମାଁ ମାଏଟ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ପୂର୍ବାହ୍ନରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଗବେଷଣା ଧର୍ମୀ ପୁସ୍ତକ କୋଶଲ ସଂସ୍କୃତିର କଥା ‘ମାଁ ମାଏଟ’ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହରେ ପୁସ୍ତକର ଲେଖକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ସମେତ ବିଶିଷ୍ଠ ସାହିତ୍ୟିକ ଡ. ଗୋପବନ୍ଧୁ ରଥ, ଡ. ସଞ୍ଜୟ କୁମାର ମିଶ୍ର, ଡ. କୌତୁକ ପନ୍ଦର ଓ ପୁସ୍ତକ ପ୍ରକାଶକ ଅଜିତ କୁମାର ମହାନ୍ତି ମଞ୍ଚାସୀନ ହୋଇ ପୁସ୍ତକ ଲୋକାର୍ପଣ କରିଥିଲେ । ହୃଷିକେଶ ବାଗ ସଭା ସଂଚାଳନ କରିଥିବା ବେଳେ ପୁସ୍ତକ ପ୍ରକାଶକ ଶ୍ରୀ ମହାନ୍ତି ଏହି ପୁସ୍ତକର ବିଭିନ୍ନ ସାଂସ୍କୃତିକ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଡ. ପନ୍ଦର ପୁସ୍ତକ ସମ୍ପର୍କରେ ବିଶେଷ ଆଲୋଚନା କରି ଏହି ପୁସ୍ତକ କୋଶଲ ସଂସ୍କୃତିର ଉଚିତ୍‌ ବାର୍ତ୍ତାବହ ବୋଲି ମତ ଦେଇଥିଲେ । ଡ. ମିଶ୍ର ମଧ୍ୟ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ସହ ଏହି ଗବେଷଣାଧର୍ମୀ ପୁସ୍ତକ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ଯୋଗୁଁ ଏହା ବିଶ୍ୱ ବିଦ୍ୟାଳୟ ଗୁଡିକରେ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ହେବା ଉଚିତ ବୋଲି ମତ ଦେଇଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥି ଡ. ରଥ ପୁସ୍ତକ ସମ୍ପର୍କରେ ଆଲୋଚନା କରିବା ସହ ପୁସ୍ତକର ଲେଖକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଉଜ୍ୱଳ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପୁସ୍ତକର ସ୍ରଷ୍ଟା ପୁରୁଷ ଗୁରୁଶ୍ରୀ ଡ. ମିଶ୍ର ନିଜର ଲେଖକୀୟ ଅନୁଭୂତି ସହ ପୁସ୍ତକ ଟିଏ ଲୋକାର୍ପଣ ହେଲେ ଯେଉଁ ଅପୂର୍ବ ଆନନ୍ଦ ଲେଖକକୁ ମିଳିଥାଏ ସେ ସମ୍ପର୍କରେ ଆବେଗମୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!