ବଲାଙ୍ଗିର, (କେପିଏନ୍ଏସ୍) : ଆଧୁନିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ହେବ ଡାଲି ଜାତୀୟ ଫସଲ ଚାଷ । ଏହି ଚାଷ ପ୍ରଣାଳୀ ଆଧାରିତ ଏକ ସହାୟକ ପୁସ୍ତିକା ଆନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ର ରାଜ୍ୟ ପ୍ରତିନିଧି ଡଃ. କିଶୋର କୁମାର ବେହେରା ଓ ତାଙ୍କ ସହଯୋଗୀ ଦ୍ୱାରା ଓଡିଆ ଭାଷାରେ ପ୍ରସ୍ତୁତ “ଡାଲି ଜାତୀୟ ଫସଲ ଚାଷ” ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତିକାରେ ବିଭିନ୍ନ ଡାଲି ଜାତୀୟ ଫସଲର ଚାଷ ପ୍ରଣାଳୀ ଅତ୍ୟନ୍ତ ସରଳ ଭାଷାରେ ସଚିତ୍ର ବର୍ଣ୍ଣନା କରାଯାଇଛି । ବଲାଙ୍ଗିରର କୋଶଳ କଳା ମଣ୍ଡଳ ପଡିଆ ଠାରେ ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ତରଫରୁ ଆୟୋଜିତ କୃଷି ଯନ୍ତ୍ରପାତି ମେଳା ୨୦୨୬ ଅବସରରେ ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ଏହି ପୁସ୍ତିକାର ଲୋକାର୍ପଣ ସହିତ ଇକାର୍ଡା-ଓଡିଶା ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହା ଓ ଇକାର୍ଡାର ଜିଲ୍ଲା ସଂଯୋଜକ ବିଜୟ କୁମାର ଶତପଥି ଉପସ୍ଥିତ ଥିଲେ ।
Prev Post