ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟ ତରଫରୁ ତା’ର କାର୍ଯ୍ୟାଳୟ ବି/୧, ସେକ୍ଟର-୧୭ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ଏକ ଗଭୀର ନଳକୂପ ପାନୀୟ ଜଳ ପ୍ରକଳ୍ପକୁ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଗାଙ୍ଗପୁର ମଜଦୂର ମଞ୍ଚର ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଏବଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବୀରମିତ୍ରପୁର ବିଧାୟକ ତଥା ଗାଙ୍ଗପୁର ମଜଦୂର ମଞ୍ଚର କାର୍ଯ୍ୟକାରୀ ସଭାପତି ରୋହିତ ଯୋଶେଫ ତିର୍କୀଙ୍କ ଉପସ୍ଥିତିରେ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ତରୁଣ ମିଶ୍ରଙ୍କ କରକମଳରେ ଶୁଭ ଲୋକାର୍ପଣ ହୋଇଯାଇଛି । ଟ୍ରଷ୍ଟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ଅନେକ ବରିଷ୍ଠ ଅଧିକାରୀ, ରାଉରକେଲା ଶ୍ରମିକ ସଂଘର ସମସ୍ତ କର୍ମକର୍ତ୍ତା, ରାଉରକେଲାର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା , ଗାଙ୍ଗପୁର ମଜଦୂର ମଞ୍ଚର କର୍ମକର୍ତ୍ତା, ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟର ସମସ୍ତ ମେମ୍ବରଙ୍କ ସମେତ ଶତାଧିକ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ । ରାଉରକେଲା ଇସ୍ପାତ ସହରାଞ୍ଚଳର ଅଧିବାସୀ ମାନଙ୍କୁ ସ୍ୱଚ୍ଛ ଜଳ ପ୍ରଦାନ କରିବା ଟ୍ରଷ୍ଟର ଏକମାତ୍ର ଲକ୍ଷ୍ୟ । ଏହି ପ୍ରକଳ୍ପକୁ ରାଉରକେଲାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଗଲା । ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟର ସମ୍ପାଦକ ଚକ୍ରଧର ପ୍ରଧାନ, ରମାକାନ୍ତ ପରିଡା, ନିହାର ଦାସ, ବୀରକିଶୋର ଶେଖରଦେଓ, ରଘୁନାଥ ଭୁକ୍ତା, ରଘୁନାଥ ପ୍ରଧାନ, ସରୋଜ ଲେଙ୍କା, ସୁକାନ୍ତ କୁମାର ପାଠୀ, ସତ୍ୟ ସାହୁ, ଆଲୋକ କୁମାର ବେହେରା , କେଶବ ପ୍ରଧାନ, ଏସ୍. କେ. ଖୁଣ୍ଟିଆ, ଅକ୍ଷୟ ବେହେରା, ଗୌରାଙ୍ଗ ସେଠୀ, ଜନ୍ମେଜୟ ରାଉତରାୟ, ନିହାର ସାମଲ, ତୁଷାର ସାହୁ, ଦିଲ୍ଲୀପ ମଲ୍ଲିକ, ସରୋଜ ସ୍ୱାଇଁ, ସରୋଜ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।