ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଚମ୍ପା’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଳକଣା ଗ୍ରାମର ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ତ ଫକୀର ଚରଣ ପାଢ଼ୀଙ୍କ ହଲ୍‌ବି ଲୋକକଥା ପୁସ୍ତକ ‘ଚମ୍ପା’ ଉତ୍କଳମଣୀଙ୍କ ସାଧନାପୀଠ ସତ୍ୟବାଦୀରେ ଲୋକାର୍ପିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ସଭାପତି ଐତିହାସିକ, ଗବେଷକ ସତ୍ୟବାଦୀ ଇତିହାସ ଓ ସତ୍ୟବାଦୀ ସଂସ୍କୃତି ପୁସ୍ତକର ରଚୟିତା ଭୀମସେନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ବରାଳ, କବୟିତ୍ରୀ ତଥା ଶିଶୁ ସାହିତ୍ୟିକା ସୁନନ୍ଦା ମହାନ୍ତି, ବିଶାଖା ଦେବୀ, ସୁଜାତା ଦେବୀ, ସମାଜସେବୀ ଧୀରେନ୍ଦ୍ର ଜେନା, କବି ବିଜୟ ମହାନ୍ତି, କବି ଲେଖକ ପ୍ରକୃତି ବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ, କବି ରଞ୍ଜନ ମିଶ୍ର, ଶିଶୁ ସାହିତ୍ୟିକ ରଶ୍ମିରଂଜନ ସାହୁ ପ୍ରମୁଖ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପଣ କରିଥିଲେ । ଲେଖକ ଫକୀର ଚରଣ ପାଢ଼ୀ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୀର୍ଘକାଳୀନ ରହଣୀ ଭିତରେ ହଲ୍‌ବି ଲୋକକଥାକୁ ଗବେଷଣା କରି ‘ଚମ୍ପା’ ପୁସ୍ତକ ଟିକୁ ରଚନା କରିଥିବାରୁ ଉତ୍ତର ପୀଢ଼ି ପାଇଁ ପୁସ୍ତକଟି ଏକ ଦଲିଲ ହୋଇ ରହିବ ବୋଲି ଅତିଥିମାନେ ମତ ପୋଷଣ କରିବା ସହ ଲେଖକ ଶ୍ରୀ ପାଢ଼ୀ ମହାଶୟଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପରେ ପରେ ପରିବେଶ ସୁରକ୍ଷା ତଥା ସମାଜସେବା ପାଇଁ ଆଇନଜୀବୀ ହୃଷୀକେଶ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ସଭ୍ୟ ରତିକାନ୍ତ ମିଶ୍ର, ଧୀରେନ୍ଦ୍ର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କବୟିତ୍ରୀ, ଶିଶୁ ସାହିତ୍ୟିକା ତଥା ଶିକ୍ଷୟିତ୍ରୀ ସୁଜାତା ଦେବୀ କବିତା ପାଠ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.